Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଯିଏ ବିଜେପି ସମ୍ପର୍କରେ ଅଛ, ଛାଡ଼ି ପଳାଅ: ଭକ୍ତ

    Share on :
    ajab-Image
    Date: Dec 14, 2025    Views: 2265

    ଭୁବନେଶ୍ବର: ମହମ୍ମଦ ମୋକିମଙ୍କ ଚିଠି ପ୍ରସଂଗରେ ମୁହଁ ଖୋଲିଲେ ଭକ୍ତ ଦାସ । ପିସିସି ସଭାପତି ଜବାବ ଦେଇ କହିଛନ୍ତି, କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବାର କାହାର ଅଧିକାର ନାହିଁ । ଯିଏ ବିଜେପି ସମ୍ପର୍କରେ ଅଛନ୍ତି ସେମାନେ ଦଳ ଛାଡ଼ି ଚାଲିଯାଆନ୍ତୁ । କଂଗ୍ରେସରେ ରହି ଦଳ ବିରୋଧୀ କାର୍ୟ୍ୟ କଲେ ସେମାନଙ୍କ ପାଇଁ ପାର୍ଟିରେ କୌଣସି ସ୍ଥାନ ନାହିଁ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ଏ ଦଳକୁ ଆଗକୁ ନେଇଛନ୍ତି । ତେଣୁ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି  ।

    ଗତ ୧୧ ତାରିଖରେ ରାଜ୍ୟ କଂଗ୍ରେସର ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ ବରିଷ୍ଠ ନେତା ମହମ୍ମଦ ମୋକିମ୍ । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ କରି ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ । ଭକ୍ତ ଦାସ କଂଗ୍ରେସ ପାଇଁ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ୟ୍ୟ କରୁଛନ୍ତି । ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ୟ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ଅଭିଯୋଗ ଆଣିଥିଲେ ।

    ନୂଆପଡ଼ା ଉପନିର୍ବାଚନରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ କଂଗ୍ରେସ ଆଗକୁ ବଢ଼ିବା ବଦଳରେ ପୁଣି ଗୋଡ଼ ଟଣାଟଣିରେ ରୋଗରେ ପୀଡ଼ିତ ହୋଇଛି । ବିଭୀଷଣ ଉବାଚକୁ ନେଇ ଆରମ୍ଭ ହୋଇଥିବା ବିବାଦ ଉଗ୍ର ରୂପ ନେଇଛି । ସୋନିଆ ଗାନ୍ଧିଙ୍କୁ ମୋକିମଙ୍କ ଚିଠି ପରେ ଦଳୀୟ କନ୍ଦଳ ତେଜିଛି । ମୋକିମଙ୍କ ଚିଠି ରାଜନୀତିକୁ ବରିଷ୍ଠ ନେତା ଜୟଦେବ ଜେନା, ସୁର ରାଉତରାୟ, ଅନନ୍ତ ସେଠୀ ପ୍ରମୁଖ ନାପସନ୍ଦ କରିଛନ୍ତି । ଜୟଦେବ କହିଛନ୍ତି, ଚିଠିର ତରିକା ଠିକ୍‌ ନଥିଲା । ସୋନିଆଙ୍କ ପାଖରେ ଚିଠି ପହଞ୍ଚିବା ପୂର୍ବରୁ ଗଣମାଧ୍ୟମରେ ପ୍ରଘଟ ହେବା ଓ ବୟାନବାଜି କରିବା ଠିକ୍‌ ନୁହେଁ । ହାଇକମାଣ୍ଡଙ୍କ ଉତ୍ତରକୁ ଅପେକ୍ଷା କରିବାର ଥିଲା । ସୁର କହିଥିଲେ, କଂଗ୍ରେସ ଦଳ ମୋକିମଙ୍କୁ ଧୋକା ଦେଇନି । ବରଂ କଂଗ୍ରେସ ତାଙ୍କୁ ପରିଚୟ ଦେଇଛି । ସମସ୍ତ ବରିଷ୍ଠ ଓ ଛାମୁଆ ନେତା ଏକାଠି ହେବାକୁ ସୁର ନିବେଦନ କରିଛନ୍ତି । ସେପଟେ ମୋକିମ କହିଥିଲେ, ବରିଷ୍ଠଙ୍କ କଥା ଉପରେ କିଛି କହିବା ଠିକ୍‌ ହେବନି । ମୋର ଏକମାତ୍ର ଉଦ୍ଦେଶ୍ୟ ହେଉଛି କଂଗ୍ରେସ ଦଳକୁ ସୁଧାରିବା ।

     

    Maximum 500 characters

    ରାଜନୀତି View all

    Find Us on Facebook