Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ହିସାବ ମାଗିଲେ ଭକ୍ତ: ରାଜ୍ୟରେ କେତେ ଧାନ ଉତ୍ପାଦନ ହୋଇଛି ?

    Share on :
    ajab-Image
    Date: Nov 20, 2025    Views: 3127

    ଭୁବନେଶ୍ୱର: ମଣ୍ଡି ଖୋଲିବା ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପ୍ରତିକ୍ରିୟା । ରାଜ୍ୟରେ କେତେ ଧାନ ଉତ୍ପାଦନ ହୋଇଛି ତାହାର ଆଗ ହିସାବ ମାଗିଛନ୍ତି ଭକ୍ତ । ଗତ ଥର ଭଳି ଭେଣ୍ଡର ସାଙ୍ଗରେ ମିଶି ମଧୁଚନ୍ଦ୍ରିକା ନକରିବାକୁ ସେ ସରକାରଙ୍କୁ ଅପିଲ କରିଛନ୍ତି । ଚାଷୀ କେମିତି ଶୀଘ୍ର ଏବଂ ସଠିକ ମୂଲ୍ୟରେ ଧାନ ଉଠାଇବ ତାହାର ବ୍ୟବସ୍ଥା କରନ୍ତୁ । ମଡେଲ ମଣ୍ଡି ଖୋଲିବା ଭଲ ନିଷ୍ପତ୍ତି । କିନ୍ତୁ ଏହି ମଡେଲ ମଣ୍ଡିରେ ଷ୍ଟୋରେଜ ବ୍ୟବସ୍ଥା ରହିବ କି ନାହିଁ ସରକାର ତାହାର ଉତ୍ତର ଦେବାକୁ ସେ କହିଛନ୍ତି । ଚାଷୀ ମାନଙ୍କୁ ମଣ୍ଡିରେ ରହିବା ଏବଂ ଖାଇବା ବ୍ୟବସ୍ଥା କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ସାଂସଦ, ବିଧାୟକ ଏବଂ ଚାଷୀ ପ୍ରତିନିଧିଙ୍କୁ ନେଇ ମିଳିତ ଭାବରେ ଏକ ବୈଠକ ହେବା କଥା । କିନ୍ତୁ ତାହା ସରକାର ଏପର୍ୟ୍ୟନ୍ତ କରିପାରିଲେ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ।

    Maximum 500 characters

    ରାଜନୀତି View all

    Find Us on Facebook