Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଓଉ ଖାଇବାର ଫାଇଦା ସମ୍ପର୍କରେ ଜାଣନ୍ତୁ

    Share on :
    ajab-Image
    Date: Sep 16, 2020    Views: 2925

    ରକ୍ତଚାପ କମାଏ: ରକ୍ତଚାପ ସ୍ୱଭାବିକ ରଖିବା ପାଇଁ କଦଳୀ ଖାଇ ଖାଇ ବିରକ୍ତି ଆସି ଯାଇଥିଲେ ଓଉ ଖାଆନ୍ତୁ। ଏଥିରେ ବି ପଟାସିୟମ୍‌ ରହିଛି। କଦଳୀ ଠାରୁ ଏହା ରକ୍ତଚାପ ଦୂର କରିବାରେ ଅଧିକ ଫଳପ୍ରଦ।

    ଆଖି ପାଇଁ ଭଲ: ଓଉରେ ଭିଟାମିନ୍‌ ଏ ଥିବାରୁ ଏହା ଆଖି ପାଇଁ ଉପକାରୀ। ନିୟମିତ ଓଉ ଖାଇଲେ ଦୃଷ୍ଟିଶକ୍ତି ଭଲ ରହେ।

    ସଂକ୍ରମଣ ପ୍ରତିରୋଧକ: ଓଉରେ ଅଧିକ ପରିମାଣର ଭିଟାମିନ୍‌ ସି ଥିବାରୁ ଏହା ଉତ୍ତମ ସଂକ୍ରମଣ ପ୍ରତିରୋଧକ ଭାବେ କାର୍ୟ୍ୟ କରେ। ଯଦି ଥଣ୍ଡା କିମ୍ବା ସେଥିଯୋଗୁଁ କୌଣସି ରୋଗରେ ଆକ୍ରାନ୍ତ ହୋଇ ଥାଆନ୍ତି, ବରାବର ଓଉ ଖାଇଲେ ଉପକାର ପାଇବେ।

    ବାର୍ଦ୍ଧକ୍ୟ ନାଶକ: ଚିର ଯୌବନ ଦିଶିବାକୁ ଚାହୁଁ ଥିଲେ ଭିଟାମିନ୍‌ ସି ଖାଇବା ଆବଶ୍ୟକ। ଶରୀରରେ ଥିବା କଲୋଜେନ୍‌ ପ୍ରୋଟିନ୍‌ ଚର୍ମକୁ ଦୃଢ଼ ରଖି କୁଞ୍ଚିତ କରାଇ ଦିଏ ନାହିଁ। କିନ୍ତୁ କଲୋଜେନ୍‌ରେ ଭିଟାମିନ୍‌ ସି ମିଶିଲେ ଯାଇ ତାହା ସକ୍ରିୟ ହୋଇଥାଏ। ଏହାଛଡ଼ା ଭିଟାମିନ୍‌ ସି ଆଣ୍ଟି ଅକ୍ସିଡାଣ୍ଟ ହୋଇଥିବାରୁ ଚର୍ମରୁ ଫ୍ରି ରାଡିକାଲ୍‌ ନାମକ ରାସାୟନିକ ମଲିକ୍ୟୁଲ୍‌ ଦୂର କରିବା ସହ ବାର୍ଦ୍ଧକ୍ୟ ଦୂରେଇ ଥାଏ।

    ଶକ୍ତିସ୍ତର ବଜାୟ ରଖିଥାଏ: ଓଉରେ ବିପୁଳ ପରିମାଣର ଭିଟାମିନ୍‌ ବି ଥାଏ। ଯଦି ଦେହ ଦୁର୍ବଳିଆ ଲାଗୁଥାଏ, ଓଉ ଖାଇଲେ ଭଲ ଲାଗିବ। ଏଥିରେ ଥିବା ଭିଟାମିନ୍‌ ବି କେବଳ ବଳ କାରକ ନୁହେଁ, ମସ୍ତିଷ୍କ ଏବଂ ସ୍ନାୟୁ କୋଷିକାଗୁଡ଼ିକୁ ମଧ୍ୟ ଏହା ସୁସ୍ଥ ରଖେ।

    ଲୋହିତ ରକ୍ତ କଣିକା ବୃଦ୍ଧିକାରୀ: ଓଉରେ ଲୌହର ମାତ୍ରା ଥିବାରୁ ଏହା ଏନିମିଆ ଭଳି ରକ୍ତହୀନତା ରୋଗୀମାନେ ଖାଇବା ଉଚିତ। ନିୟମିତ ଓଉ ଖାଇଲେ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ।

    କିଡ୍‌ନିକୁ ସୁରକ୍ଷା ଦିଏ: ଓଉରେ ଥିବା ଜୈବିକ ଉପାଦାନ ବୃକ୍କକୁ ମଧ୍ୟ ସୁରକ୍ଷା ଦିଏ। ଏହା ବୃକ୍କକ ନିମନ୍ତେ ଅମୃତ ତୁଲ୍ୟ ବୋଲି ପ୍ରାଚୀନ ଭାରତୀୟ ଗବେଷକମାନେ କହିଛନ୍ତି। ଏହାଛଡ଼ା କଲିଜା ଓ ହୃତ୍‌ପିଣ୍ଡ ପାଇଁ ମଧ୍ୟ ଓଉ କାମ କରିଥାଏ।

    Maximum 500 characters

    ବିଶେଷ View all

    Find Us on Facebook