Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଇସ୍ତଫା ଦେଇପାରନ୍ତି ବେଲାରୁସ ରାଷ୍ଟ୍ରପତି!

    Share on :
    ajab-Image
    Date: Nov 30, 2020    Views: 3830

    ମିନ୍ସକ: ବେଲାରୁଷ ରାଷ୍ଟ୍ରପତି ଆଲେକଜାଣ୍ଡର ଲାକାଶୋକେ ନିକଟରେ ତାଙ୍କ ପଦ ଛାଡି ପାରନ୍ତି ବୋଲି ସଙ୍କେତ ଦେଇଛନ୍ତି । ସେ ଗତ ୨୬ ବର୍ଷ ହେବ ବେଲାରୁଷର ଶାସନ ଭାର ସମ୍ଭାଳିଛନ୍ତି । ସେ ୟୁରୋପର ଶେଷ ଶାସକ ବୋଲି କୁହାଯାଏ । ଅଗଷ୍ଟ ୯ରେ ହୋଇଥିବା ନିର୍ବାଚନରେ ଲୁକାଶୋକେ ବିବାଦୀୟ ବିଜୟଲାଭ କରିଥିଲେ । ଏହାପରେ ଏହାର ବିରୋଧ କରି ଜନତା ରାସ୍ତାକୁ ଓହ୍ଲାଇଥିଲେ ।  ପ୍ରାୟତଃ ପ୍ରତିଦିନ ରାଜଧାନୀ ମିନ୍ସକ ସହିତ ବିଭିନ୍ନ ସହରରେ ତାଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ୬୬ ବର୍ଷୀୟ ଲୁକାଶୋକେ ରାଷ୍ଟ୍ରପତି ପଦର ଭୂମିକାକୁ ଦୁର୍ବଳ କରିବାକୁ ଦେଶର ସମ୍ବିଧାନରେ ସୁଧାର ଆଣିବା ଜରୁରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ନୁହେଁ । କାରଣ ନୂଆ ବ୍ୟବସ୍ଥା ଅନୁଯାୟୀ ସେ ରାଷ୍ଟ୍ରପତି ପଦରେ ନ ରହି ପାରନ୍ତି । ତେବେ ସେ କେବେ ରାଷ୍ଟ୍ରପତି ପଦ ଛାଡୁଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook