Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବେଗୁନିଆ ବିଜେପି : ଋଷଭଙ୍କୁ କୋଣଠେସା କରିଦେଲେ ପ୍ରକାଶ ବିଜୁଳି

    Share on :
    ajab-Image
    Date: Sep 8, 2021    Views: 4720

    ଭୁବନେଶ୍ୱର : ଭୁବନେଶ୍ୱର ଲୋକସଭା ସାଂସଦ ଭାବେ ଅପରାଜିତା ଷଡ଼ଙ୍ଗୀ ବାଜିମାତ କରିବା ପରେ ସଂସଦୀୟ କ୍ଷେତ୍ରର ସମସ୍ତ ନିର୍ବାଚନମଣ୍ଡଳୀରେ ବିଜେପି ସଂଗଠନ ବେଶ ଚଳଚଂଚଳ ହୋଇପଡ଼ିଛି  । ଅପରାଜିତାଙ୍କ କାନ୍ଧରେ ନାଉ ହୋଇ ଆଗାମୀ ୨୦୨୨ ବୈତରଣୀ ପାର ହେବା ପାଇଁ ଅନେକ ବିଜେପି ନେତା ଅଂଟା ଭିଡ଼ିଛନ୍ତି  । ଏହି ରାଜନୀତିକ ଦୌଡ଼ ଭିତରେ ନେତା ନେତାଙ୍କ ମଧ୍ୟରେ ବି ଜୋରଦାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି  । ଏହି ପରିପ୍ରେକ୍ଷୀରେ ବେଗୁନିଆ ବିଜେପି ରାଜନୀତି ରୋଚକ ମୋଡ଼ ନେଇଛି  । ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଥିବା ଋଷଭ ନନ୍ଦ ୨୦୨୨ରେ ବିଧାୟକ ହେବାର ସ୍ୱପ୍ନ ଦେଖୁଥିବାବେଳେ ତାଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛନ୍ତି ଯୁବନେତା ପ୍ରକାଶ ବିଜୁଳି  । ଯାହାର ଏକ ନଜିର ନିକଟରେ ଆୟୋଜିତ ୟୂଥ ଫର ଆକ୍ସନର ଯୁବ ଜାଗରଣ ସମାବେଶରେ ଦେଖିବାକୁ ମିଳିଛି  ।

    ୟୂଥ ଫର ଆକ୍ସନ ପକ୍ଷରୁ ବୁଧବାର ଦିନ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା  । ଅପରାଜିତାଙ୍କ ମାନସ ପୁତ୍ର ୟୂଥ ଫର ଆକ୍ସନ ଏବେ ସାରା ରାଜ୍ୟରେ କାୟା ବିସ୍ତାର କରିଚାଲିଛି  । ତେବେ ବେଗୁନିଆରେ ସଂଗଠନକୁ ଚଳଚଂଚଳ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ପ୍ରକାଶ ବିଜୁଳି  । ଏହି ଉତ୍ସବରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଠାରୁ ନେଇ ସଂଗଠନର ରାଜ୍ୟ ସଂଯୋଜକ ଦେବାଶିଷ ନାୟକ ବି ଉପସ୍ଥିତ ଥିଲେ  । ତେବେ  ସେହି ସମାବେଶରେ ଋଷଭ ନନ୍ଦ ଉପସ୍ଥିତ ଥିଲେବି ବରିଷ୍ଠ ଓ ଯୁବନେତାମାନେ ପ୍ରକାଶଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା  । ପ୍ରକାଶଙ୍କ ପାଇଁ ହିଁ ସଂଗଠନ ସୁଦୃଢ଼ ହୋଇଛି ବୋଲି କହିବାକୁ ପଛାଇନଥିଲେ ଦେବାଶିଷ  । ଏପରିକି ୟୂଥ ଫର ଆକ୍ସନର ଅନ୍ୟ ଯୁବନେତାମାନେ ମଧ୍ୟ ପ୍ରକାଶ ବିଜୁଳିଙ୍କ ଭୂମିକାର ଉଚ୍ଚ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା  । ଫଳରେ ଋଷଭ ନନ୍ଦ ବେଗୁନିଆ ବିଜେପି ରାଜନୀତିରେ କୋଣଠେସା ହୋଇଥିବା ଅନୁଭୂତ ହୋଇଥିଲା  ।

    ଅଭିଭାଷଣ ଦେବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେଯେ, ପ୍ରକାଶ ବିଜୁଳିଙ୍କ ପାଇଁ ଆମେ ସମେସ୍ତ ଏକାଠି ହୋଇପାରିଛେ  । ଏଠାରେ ହଜାରହଜାର ଯୁବକ ଉପସ୍ଥିତ ରହିଛନ୍ତି  । ପ୍ରକାଶଙ୍କ ଏଭଳି ଉଦ୍ୟମ ପାଇଁ କରତାଳି ମାଧ୍ୟମରେ ଧନ୍ୟବାଦ ଦେବାକୁ ସେ କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ  । ସମାବେଶର ସଫଳତାର ଶ୍ରେୟ ପ୍ରକାଶ ବିଜୁଳିଙ୍କୁ ସେ ଦେଇଥିଲେ  ।

    ସାଧାରଣ ନିର୍ବାଚନ ପରେ ଋଷଭଙ୍କ ସାଂଗଠନିକ ନିଷ୍କ୍ରିୟତା ପ୍ରକାଶଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲା  । ଯାହାର ଫାଇଦା ନେଇ ଏବେ ପ୍ରକାଶ ବେଗୁନିଆ ବିଜେପି  ସଂଗଠନକୁ କରାୟତ କରିସାରିଛନ୍ତି  । ଅପରପକ୍ଷରେ ଆଗାମୀ ପଂଚାୟତ ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢ଼ାଯିବ ବୋଲି ଦକ୍ଷିଣ ବେଗୁନିଆ ମଣ୍ଡଳ ସଭାପତି ଯଜେ୍ଞଶ୍ୱର ସୁନ୍ଦରାୟ ପ୍ରକାଶ କରିଛନ୍ତି  । ଏପରିକି ଖାଲି ବେଗୁନିଆ ବୋଲଗଡ଼ ନୁହେଁ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପରିଷଦ ନିର୍ବାଚନରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି  । ଅପରାଜିତାଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସେ ସଫଳତାର ସହ ସମ୍ପାଦିକ କରିଥିବାବେଳେ ଆଗାମୀ ଦିନରେ ଅଜିତାର ବି ଏକ ବିଶାଳ ସମାବେଶ କରାଯିବ ବୋଲି ଶ୍ରୀ ସୁନ୍ଦରାୟ ସୂଚନା ଦେଇଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook