Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାଣିଲେ ହେବେ ଚକିତ, ପାନପିକ ସଫା ପାଇଁ ୧,୨୦୦ କୋଟି ଖର୍ଚ୍ଚ

    Share on :
    ajab-Image
    Date: Oct 14, 2021    Views: 4196

    ନୂଆଦିଲ୍ଲୀ:ଭାରତୀୟ ରେଳ ଷ୍ଟେସନଗୁଡ଼ିକର ଅଧିକାଂଶ ସ୍ଥାନରେ ‘ଦୟାକରି ଏଠାରେ ପାନଛେପ ପକାନ୍ତୁ ନାହିଁ’ ଲେଖା ହେଉଥିବା ବୋର୍ଡ ଦେଖିବାକୁ ମିଳେ । କିନ୍ତୁ ଏଠାରେ ପାନଛେପ ପକାଇବାକୁ ଲୋକେ ଆଦୌ ହେଳା କରନ୍ତି ନାହିଁ । ତେବେ ବାରଣ ସତ୍ତେ୍ୱ କିଛି ଲୋକଙ୍କ ଏଭଳି କାର୍ଯ୍ୟ ଯୋଗୁଁ ରେଳପଥକୁ ପ୍ରତିବର୍ଷ ପାଖାପାଖି ୧,୨୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ହଜାର ହଜାର ଗ୍ୟାଲନ ପାଣି ବ୍ୟବହାର କରିବାକୁ ହୋଇଥାଏ । ଷ୍ଟେସନ ପରିସର, ଟ୍ରେନ ଭିତର ସବୁ ସ୍ଥାନରେ ପଡ଼ିଥିବା ଗୁଟଖା ଓ ପାନଛେପ ଦାଗ ଲିଭାଇବା ପାଇଁ ପ୍ରତିବର୍ଷ ରେଳପଥକୁ ସମସ୍ୟା ସାମ୍ନା କରିବାକୁ ପଡୁଛି । ଏହାକୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ଏଥର ପକେଟ-ସାଇଜ ପିକଦାନି ବ୍ୟବସ୍ଥା କରାଯାଇଛି । ଦେଶର ୪୨ଟି ଷ୍ଟେସନ ପରିସରରେ ଭେଣ୍ଡିଙ୍ଗ ମେସିନ ଓ କିଓସ୍କ ସ୍ଥାପନ କରାଯାଇଛି । ଯେଉଁଠି ୫ ରୁ ୧୦ ଟଙ୍କାରେ ସ୍ପିଟୁନ୍‌ (ପିକଦାନି) ପାଉଚ ଯୋଗାଇ ଦିଆଯାଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook