Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିନ୍ଧିଲା ମହୁମାଛି:୧୬ ଶ୍ରଦ୍ଧାଳୁ ଆହତ

    Share on :
    ajab-Image
    Date: Dec 3, 2025    Views: 3027

    ରେଢ଼ାଖୋଲ : ସବୁଦିନ ଭଳି ବୁଧବାର ସକାଳୁ ମନ୍ଦିରରେ ଲାଗି ରହିଥିଲା ଶ୍ରଦ୍ଧାଳୁଙ୍କ ଗହଳି ଚହଳି । ଜଣଙ୍କ ପରେ ଜଣେ ଭକ୍ତ ବାବା କପିଳେଶ୍ଵରଙ୍କ ନିକଟରେ ଜଳ ଲାଗି କରୁଥାନ୍ତି । ଠିକ୍ ସେହି ସମୟରେ ମନ୍ଦିର ନିକଟରେ ଥିବା ଏକ ଗଛରୁ ମହୁମାଛି ଆସି ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କରିଥିଲେ ।ଏକାଥରକେ ଶହ ଶହ ମହୁମାଛି ମନ୍ଦିର ଆଡ଼କୁ ମାଡ଼ି ଆସିଥିଲେ । ମନ୍ଦିର ଭିତରେ ଜଣଙ୍କ ପରେ ଜଣେ ଶ୍ରଦ୍ଧାଳୁଙ୍କୁ କାମଡ଼ୁଥିଲେ ମହୁମାଛି । ମନ୍ଦିର ରାସ୍ତାରେ ଯାଉଥିବା ଲୋକେ ବି ମହୁମାଛି ଆକ୍ରମଣରୁ ବାଦ୍ ପଡ଼ି ନଥିଲେ । କିଛି ମିନିଟ୍ ପର୍ୟ୍ୟନ୍ତ ମନ୍ଦିରରେ ଲାଗି ରହିଥିଲା ମହୁମାଛି ଆତଙ୍କ ।
    ରେଢ଼ାଖୋଲ ବ୍ଲକ ଚାରମାଳରୁ ଖୁବେଳ ଯାଇଥିବା ରାସ୍ତାରେ ମହୁମାଛି ଆକ୍ରମଣରେ ୧୬ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ୯ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । କପିଳେଶ୍ଵର ଶିବ ମନ୍ଦିରରେ ମହୁମାଛି ଆକ୍ରମଣକୁ ନେଇ ଏବେ ସମସ୍ତେ ଭୟଭୀତ ଅଛନ୍ତି ।ତେବେ ଶିବ ମନ୍ଦିର ନିକଟରେ ଥିବା ଗଛର ମହୁଫେଣାକୁ କିଏ ଭାଙ୍ଗିଲା ନା ମହୁମାଛି ମନକୁ ମନ ବାହାରି ଆସିଲେ ? ମହୁମାଛିଙ୍କ ଉଦ୍ଦେଶ୍ୟରେ କେହି ସକାଳୁ ସକାଳୁ ଦେଖାଇଥିଲେ କି ନିଆଁ ହୁଳା ? ନା ମହୁମାଛି ଏତେ ସଂଖ୍ୟାରେ ମନକୁ ମନ ଆସି ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଆକ୍ରମଣ କଲେ ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଛି ।

    Maximum 500 characters

    ତାଜା ଖବର View all

    Find Us on Facebook