ମୁଖ୍ୟ ଖବର
କଳାହାଣ୍ଡି :କଳାହାଣ୍ଡି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷମିତା କାର୍ତ୍ତିକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଏଥିସହ ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଗତକାଲି ବିଡିଓ ମ୍ୟାଡାମ୍ ଭବାନୀପାଟଣା ଊଜଊଇ ସମ୍ମିଳନୀ କକ୍ଷରେ ହେଉଥିବା ରିଭ୍ୟୁ ମିଟିଂରେ ଯୋଗ ଦେଇ ନିଜର ସହକର୍ମୀଙ୍କ ସହ ସରକାରୀ ଗାଡ଼ିରେ ଫେରିବା ବେଳେ ତାଙ୍କ ଗାଡ଼ିରୁ ୪ ଲକ୍ଷ ୯୪ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ତେବେ ଏହି ଟଙ୍କା ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ବିଡିଓ । ବିଡିଓ ମାଡାମଙ୍କୁ ଅଟକ ରଖି ଏତେ ଟଙ୍କା କେଉଁଠୁ ଆଣିଲେ, କିଏ ଏହି ଟଙ୍କା ଦେଲା ସେହି ସଂପର୍କ ପଚରାଉଚରା କରିଥିଲା ଭିଜିଲାନ୍ସ। ଆଜି ତାଙ୍କୁ ଗିରଫ କରାଯାଇଛି।
Comments ସମସ୍ତ ମତାମତ