Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମିଥୁନ ମନହାସ ନୂଆ ବିସିସିଆଇ ସଭାପତି

    Share on :
    ajab-Image
    Date: Sep 28, 2025    Views: 3470

    ମିଥୁନ ମନହାସ ବିସିସିଆଇର ନୂଆ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି। ରବିବାର BCCIର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପରେ ଆନୁଷ୍ଠାନିକ ଭାବେ ତାଙ୍କ ନାଁ ଘୋଷଣା କରାଯାଇଛି। ମିଥୁନ ମନହାସ ବିସିସିଆଇର ୩୭ତମ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।  ୪୫ ବର୍ଷୀୟ ମିଥୁନ ମନହାସଙ୍କ ଘର ଜମ୍ମୁ ଓ କଶ୍ମୀରରେ। ବିସିସିଆଇ ସଭାପତି ହେବାରେ ସେ ହେଉଛନ୍ତି ଜମ୍ମୁ ଓ କଶ୍ମୀରର ପ୍ରଥମ ବ୍ୟକ୍ତି। ସେହିଭଳି ଲଗାତାର ତୃତୀୟ ଥର ପାଇଁ ଜଣେ କ୍ରିକେଟର ଭାବେ ସେ ବିସିସିଆଇର ସଭାପତି ହୋଇଛନ୍ତି। ମିଥୁନ ମନହାସଙ୍କ ପୂର୍ବରୁ ରୋଜର ବିନ୍ନୀ ଏହି ପଦରେ ଥିବା ବେଳେ ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି ହୋଇଥିଲେ ବିସିସିଆଇ ସଭାପତି।

    ମିଥୁନ ମନହାସଙ୍କ ପାଖରେ ଉଭୟ ଖେଳାଳି ଓ ପ୍ରଶାସକ ଭାବେ ଅଭିଜ୍ଞତା ରହିଛି। ପୂର୍ବରୁ ସେ ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏସନ୍‌ରେ ‘ଡାଇରେକ୍ଟର ଅଫ୍ କ୍ରିକେଟ୍‌’ ପଦରେ ରହି କାର୍ଯ୍ୟ କରିଛନ୍ତି। ସେହିଭଳି ବିସିସିଆଇର ଏଜିଏମ୍‌ରେ ସେ ଜମ୍ମୁ ଓ କଶ୍ମୀରରୁ ପ୍ରତିନିଧିତ୍ୱ କରିଛନ୍ତି। ବିସିସିଆଇ ସଭାପତି ଭାବେ ରୋଜର ବିନ୍ନୀଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଯେଉଁ କେତେ ଜଣଙ୍କ ନାଁ ଏହି ପଦବୀ ପାଇଁ ଚର୍ଚ୍ଚାରେ ରହିଥିଲା, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ଥିଲେ ମିଥୁନ ମନହାସ। 

    Maximum 500 characters

    ଖେଳ ଖବର View all

    Find Us on Facebook