Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅଣ୍ଡର ୧୯ ମହିଳା ଟିମ ପାଇଁ ୫ କୋଟିର ପୁରସ୍କାର ଘୋଷଣା କଲା ବିସିସିଆଇ

    Share on :
    ajab-Image
    Date: Feb 3, 2025    Views: 3242

    ନୂଆଦିଲ୍ଲୀ: ଲଗାତାର ଦ୍ବିତୀୟ ଥର ବିଶ୍ବ ବିଜେତା ଅଣ୍ଡର ୧୯ ଭାରତୀୟ ମହିଳା ଟି୨୦ ଟିମକୁ ପୁରସ୍କାର ଦେଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଭାରତୀୟ ଟିମକୁ ୫ କୋଟି ଟଙ୍କା ନଗଦ ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ ।

    ଅଧିନାୟକ ନିକି ପ୍ରସାଦଙ୍କ ନେତୃତ୍ବରେ ଭାରତୀୟ ଟିମ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିବା ସହ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତୀୟ ମହିଳା ଟିମ ଟୁର୍ଣ୍ଣାମେଣ୍ଟରେ ଦମ୍ଭର ସହ ପ୍ରଦର୍ଶନ କରି ଏକତରଫା ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇ ବିଶ୍ବବିଜୟୀ ଟାଇଟଲ ହାସଲ କରିଛି।
    ବିସିସିଆଇ ୫ କୋଟି ଟଙ୍କା ନଗଦ ପୁରସ୍କାର ରାଶି ଘୋଷଣା କରି କହିଛି ‘‘ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମାଲେସିଆରେ ଆଇସିସି ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ୨୦୨୫ ଟ୍ରଫିକୁ ସଫଳତାପୂର୍ବକ ପୁଣି ଥରେ ହାସଲ କରିଥିବାରୁ ଭାରତର ଅଣ୍ଡର ୧୯ ଟିମକୁ ହାର୍ଦ୍ଦିକ ଶୁଭକାମନା’’ । ଏହି ଉଲ୍ଲେଖନୀୟ ଉପଲବ୍ଧିକୁ ସମ୍ମାନ ଜମାଇ ବିସିସିଆଇ ମୁଖ୍ୟ କୋଚ ନୁସିନ ଅଲ ଖାଦିରଙ୍କ ନେତୃତ୍ବ ବିଜୟୀ ଟିମ ଓ ସହଯୋଗୀ ଷ୍ଟାଫଙ୍କ ପାଇଁ ନଗଦ ୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷମା କରିଛି ।ଅଧ୍ୟକ୍ଷ ରୋଜର ବିନ୍ନି ନିଜ ଖୁସି ଜାହିର କରି କହିଛନ୍ତି ‘‘ଅଣ୍ଡର ୧୯ ମହିଳା ବିଶ୍ବକପ ଟ୍ରଫିକୁ ପୁଣି ହାତେଇ ଥିବାରୁ ଆମ ଝିଅମାନଙ୍କୁ ଶୁଭେଚ୍ଛା । ଏହି ଟ୍ରଫି ଭାରତରେ ମହିଳା କ୍ରିକେଟର ବିକାଶକୁ ଦର୍ଶାଉଛି । ମୁଁ ପ୍ରତି ସଦସ୍ୟଙ୍କୁ ଚମକୁ ଥିବା ଦେଖି ବହୁତ ଖୁସି ଅଛି’’ ।

    Maximum 500 characters

    ଖେଳ ଖବର View all

    Find Us on Facebook