Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟେଷ୍ଟ କ୍ରିକେଟ୍‌କୁ ନେଇ ବଡ଼ ଘୋଷଣା କରିଛି ବିସିସିଆ

    Share on :
    ajab-Image
    Date: Mar 10, 2024    Views: 4486

    ମୁମ୍ବାଇ: ଇଂଲଣ୍ଡ ବିପକ୍ଷରେ ବଡ଼ ବିଜୟ ହାସଲ କରିବା ପରେ ଟେଷ୍ଟ କ୍ରିକେଟ୍‌କୁ ନେଇ ବଡ଼ ଘୋଷଣା କରିଛି ବିସିସିଆଇ । ଧର୍ମଶାଳାରେ ଖେଳା ଯାଇଥିବା ୫ମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଇନିଂସ୍‌ ଓ ୬୪ ରନରେ ବିଜୟୀ ହୋଇଥିଲା ଭାରତ । ଏହାପରେ ବିସିସିଆଇ ପକ୍ଷରୁ 'ଟେଷ୍ଟ କ୍ରିକେଟ୍‌ ଇନସେଣ୍ଟିଭ ସ୍କିମ' ଆରମ୍ଭ କରାଯାଇଥିବା ନେଇ ସଚିବ ଜୟ ଶାହ ସୂଚନା ଦେଇଛନ୍ତି । ଏହି ଯୋଜନା ଅଧୀନରେ ଭାରତୀୟ ଖେଳାଳିଙ୍କର ଟେଷ୍ଟ କ୍ରିକେଟ ପାଉଣାରେ ବୃଦ୍ଧି କରାଯାଇଛି । 'ଟେଷ୍ଟ କ୍ରିକେଟ୍‌ ଇନସେଣ୍ଟିଭ ସ୍କିମ' ଅନୁଯାୟୀ, ଯେଉଁ ଖେଳାଳିମାନେ ଗୋଟିଏ ସିଜିନରେ ଭାରତ ଖେଳୁଥିବା ମୋଟ ଟେଷ୍ଟ ମ୍ୟାଚ୍‌ର ୭୫ ପ୍ରତିଶତ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ, ସେହି ଖେଳାଳିମାନଙ୍କୁ ପ୍ରତି ମ୍ୟାଚ୍‌ ପିଛା ୪୫ ଲକ୍ଷ ଟଙ୍କା ମିଳିବ । ସେହିଭଳି ଯେଉଁ ଖେଳାଳିମାନେ ୭୫ ପ୍ରତିଶତ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇନପାରିଲେ ମଧ୍ୟ କେବଳ ଦଳରେ ସାମିଲ ଥିବେ, ସେମାନଙ୍କୁ ପ୍ରତି ମ୍ୟାଚ୍‌ ପାଇଁ ୨୨.୫ ଲକ୍ଷ ଟଙ୍କା ମିଳିବ । ଅନ୍ୟପଟେ ଯେଉଁ ଖେଳାଳିମାନେ ୫୦ ପ୍ରତିଶତ ମ୍ୟାଚ୍‌ର ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ, ସେମାନଙ୍କୁ ମ୍ୟାଚ୍‌ ପିଛା ୩୦ ଲକ୍ଷ ଟଙ୍କା ମିଳିବ ଏବଂ ୫୦ ପ୍ରତିଶତ ମ୍ୟାଚ୍‌ରେ ଦଳରେ ସାମିଲ ଥିବା ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ମିଳିବ । ତେବେ ୫୦ ପ୍ରତିଶତରୁ କମ ମ୍ୟାଚ୍‌ ଖେଳୁଥିବା ଖେଳାଳିଙ୍କ ଲାଗି ଏହି ଯୋଜନା ଲାଗୁ ହେବ ନାହିଁ । ଏହି ଖେଳାଳିମାନେ ବର୍ତ୍ତମାନ ପାଉଥିବା ଦରମା (୧୫ ଲକ୍ଷ) ହିଁ ପାଇବେ ।
    ପ୍ରକାଶ ଥାଉକି, ନିକଟରେ କିଛି ଭାରତୀୟ ଖେଳାଳି ଟେଷ୍ଟ ଓ ଘରୋଇ କ୍ରିକେଟକୁ ଅଣଦେଖା କରି ଆଇପିଏଲ୍‌ ଖେଳିବାକୁ ଅଧିକ ଆଗ୍ରହ ଦେଖାଉଛନ୍ତି । କାରଣ ଆଇପିଏଲ୍‌ରେ ସେମାନଙ୍କୁ ଅଧିକ ଟଙ୍କା ମିଳୁଛି । ଉକ୍ତ ଖେଳାଳିଙ୍କର ଏଭଳି ଚିନ୍ତାଧାରାକୁ ପ୍ରତିହତ କରିବା ପାଇଁ ବିସିସିଆଇ ଏଭଳି ଯୋଜନା ଆରମ୍ଭ କରିଥିବା କୁହାଯାଉଛି । ଏହି ଯୋଜନା ଗତ କ୍ରୀଡ଼ାବର୍ଷ ୨୦୨୨-୨୩ରୁ ପିଛିଲା ଭାବେ ଲାଗୁ ହୋଇଥିବା ବିସିସିଆଇ ସଚିବ ଜୟ ଶାହ ନିଜ ଏକ୍ସରେ ସୂଚନା ଦେଇଛନ୍ତି । ଏଭଳି ଯୋଜନା ଭାରତୀୟ ଯୁବ ଖେଳାଳିମାନଙ୍କ ମଧ୍ୟରେ ଟେଷ୍ଟ କ୍ରିକେଟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବାରେ ସହାୟକ ହେବ ।

    Maximum 500 characters

    ଖେଳ ଖବର View all

    Find Us on Facebook