Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାଧାରଣତନ୍ତ୍ର ଦିବସ; ବିମାନ ଯାତ୍ରା ପାଇଁ ଆଡଭାଇଜରି

    Share on :
    ajab-Image
    Date: Jan 23, 2026    Views: 2613

    ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ବିମାନ ଯାତ୍ରା ପାଇଁ ଆଡଭାଇଜରି ଜାରି କରିଛି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ । ଆଗୁଆ ପହଞ୍ଚିବା ସହ ଚେକ୍‌-ଇନ୍‌ରେ ସମୟ ଦେବାକୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଥିବା ବେଳେ ବିମାନବନ୍ଦର ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛି ବିମାନ ବନ୍ଦର ।ଗଣତନ୍ତ୍ର ଦିବସ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦର ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି- ଯଥା, ଠିକ ସମୟ ବହୁ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ଯାତ୍ରୀଙ୍କୁ ପରାମର୍ଶ, ଚେକ୍-ଇନ୍ ଏବଂ ସୁରକ୍ଷା ପ୍ରକ୍ରିୟା ପାଇଁ ପର୍ଯ୍ୟାପ୍ତ ସମୟ ଦିଅନ୍ତୁ, ବିମାନବନ୍ଦର ଏବଂ ସୁରକ୍ଷା କର୍ମୀଙ୍କ ସହ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି, ଉଡ଼ାଣ ସମ୍ବନ୍ଧୀୟ ସୂଚନା ପାଇଁ, ଯାତ୍ରୀମାନଙ୍କୁ ସେମାନଙ୍କ ସମ୍ପୃକ୍ତ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ ରେକର୍ଡ କରିଛି ଭୁବନେଶ୍ୱର ବିମାନ ବନ୍ଦର । ଯାହା ବର୍ଷକୁ ୫.୧୫ ମିଲିୟନ ଯାତ୍ରୀ ଭୁବନେଶ୍ୱରକୁ ବିମାନ ଯୋଗେ ଯାତାୟାତ କରିଛନ୍ତି । ଯାହା ଦେଶରେ ୧୩ ତମ ବିମାନ ବନ୍ଦରରେ ରହିଛି । ୭୦ ମିଲିୟନ ସହ ପ୍ରଥମ ସ୍ଥାନରେ ରହିଛି ଦିଲ୍ଲୀ ବିମାନ ବନ୍ଦର । ଭୁବନେଶ୍ୱରକୁ ଆହୁରି ଅଧିକ ସଂଯୋଗୀକରଣ କରାଯାଇ କିଭଳି ଭାବରେ ଅଧିକ ଯାତ୍ରୀ ଯାତାୟାତ କରିବେ, ସେନେଇ ଧ୍ୟାନ ଦିଆଯାଉଛି । ବର୍ତମାନ ୩୦ ବଦଳରେ ୨୮ ସ୍ଥାନକୁ ବିମାନ ଯିବାଆସିବା କରୁଛି ।


    ୨୦୨୩ -୨୪ ମସିହାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪୬ ଲକ୍ଷ ଯାତ୍ରୀ ରେକର୍ଡ ହୋଇଥିବା ବେଳେ ୨୦୨୨- ୨୩ ମସିହାରେ ଏହି ସଂଖ୍ୟା ୩୬ ଲକ୍ଷ ଥିଲା । ତେବେ ଦୈନିକ ଯିବାଆସିବା ଯାତ୍ରୀଙ୍କ ସଂଖ୍ୟା ରହୁଛି ୧୪ ହଜାର । ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପ୍ରାୟ ୧୦ ଲକ୍ଷ ଯାତ୍ରୀଙ୍କ ଅଭିବୃଦ୍ଧି ଘଟିଥିଲା । ବିମାନ ଚଳାଚଳରେ ମଧ୍ୟ ୧୫ ପ୍ରତିଶତ ବୃଦ୍ଧି ଘଟିଥିଲା ।୨୦୨୨ -୨୩ ମସିହାରେ ବିମାନବନ୍ଦର ୩୦ ହଜାର ୭୪୫ ବିମାନ ଚଳାଚଳ ରେକର୍ଡ କରିଥିଲା ​​କିନ୍ତୁ ୨୦୨୩ -୨୪ ମସିହାରେ ଏହା ୩୫ ହଜାର 368 ବିମାନକୁ ବୃଦ୍ଧି ଘଟିଥିଲା । ଏପଟେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରାୟ ୪୭ ବିମାନର ଆଗମନ ଏବଂ ସମାନ ସଂଖ୍ୟକ ପ୍ରସ୍ଥାନର ବ୍ୟବସ୍ଥା ରହିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook