ମୁଖ୍ୟ ଖବର
ଭୁବନେଶ୍ଵର : କମୁନି ଇଣ୍ଡିଗୋ ଯନ୍ତ୍ରଣା। ଅହେତୁକ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ। ଭୁବନେଶ୍ଵର ବିମାନବନ୍ଦରରୁ ଗୁରୁବାର ୮ଟି ଉଡ଼ାଣ ବାତିଲ ଥିଲା। ଆଜି ୭ ଇଣ୍ଡିଗୋ ବିମାନ ଉଡାଣ ବାତିଲ ରହିଛି। ଭୁବନେଶ୍ୱର-ଇନ୍ଦୋର, ଭୁବନେଶ୍ୱର-କୋଲକାତା, ଭୁବନେଶ୍ୱର-ଚେନ୍ନାଇ, ଭୁବନେଶ୍ୱର-ମୁମ୍ବାଇ, ଭୁବନେଶ୍ୱର-ବାଙ୍ଗାଲୋର, ଭୁବନେଶ୍ୱର-ହାଇଦ୍ରାବାଦ, ଭୁବନେଶ୍ୱର-ଦିଲ୍ଲୀ ଉଡ଼ାଣ ବାତିଲ ରହିଛି।
ଇଣ୍ଡିଗୋର ଫ୍ଲାଇଟ୍ କ୍ୟାନସଲ୍ ପାଇଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡିସେମ୍ବର ପ୍ରଥମ ସପ୍ତାହରେ ସବୁଠୁ ଅଧିକ ବିମାନ ସେବା ପ୍ରଭାବିତ ହୋଇଛି। ଏହି ସମୟ ମଧ୍ୟରେ ଶତାଧିକ ଫ୍ଲାଇଟ୍ କ୍ୟାନସଲ୍ ହୋଇଛି। ଏହାଦ୍ଵାରା ଯାତ୍ରୀମାନେ ପ୍ରବଳ କ୍ଷତି ସହିଛନ୍ତି। ପ୍ରବଳ ବିରୋଧ ଓ ଅସନ୍ତୋଷ ପରେ ଡିଜିସିଏ ଏୟାରଲାଇନ୍ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇଛି। ଏବେ ଇଣ୍ଡିଗୋ ୩,୪, ଓ ୫ ଡିସେମ୍ଵରରେ ଉଡାଣ ରଦ୍ଦ କାରଣରୁ ପ୍ରଭାବିତ ଯାତ୍ରୀମାନଙ୍କୁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ କ୍ଷତିପୂରଣ ଦେବ। ଏହା ସହ ଏୟାରଲାଇନ୍ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର ଅତିରିକ୍ତ ଟ୍ରାଭେଲ୍ ଭାଉଚର୍ ମିଳିବ। ଏହାଦ୍ଵାରା କ୍ଷତିଗ୍ରସ୍ତ ଯାତ୍ରୀଙ୍କୁ ଆଶ୍ଵସ୍ତି ମିଳିବ। ଯାତ୍ରୀମାନେ ଏହି ଟ୍ରାଭେଲ୍ ଭାଉଚରକୁ ଆସନ୍ତା ୧୨ ମାସ ମଧ୍ୟରେ ବ୍ୟବହାର କରିପାରିବେ। ଭାରତରେ ଇଣ୍ଡିଗୋର ଯେକୌଣସି ଘରୋଇ ଉଡ଼ାଣ କିମ୍ଵା ଅନ୍ତରାଷ୍ଟ୍ରୀୟ ରୁଟ୍ ପାଇଁ ଭାଉଚର୍କୁ ବ୍ୟବହାର କରିପାରିବେ।
Comments ସମସ୍ତ ମତାମତ