Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବାସ୍ତୁ ଉପାୟ : ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଅନେକ ଉପାୟ

    Share on :
    ajab-Image
    Date: Aug 25, 2023    Views: 15309

    ବାସ୍ତୁ ଶାସ୍ତ୍ରରେ ସୁଖମୟ ଜୀବନ ଅତିବାହିତ କରିବା ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ପତି-ପତ୍ନୀଙ୍କ ମଧ୍ୟରେ କଳହ ହେଉଥିଲେ, କିଛି ସରଳ ବାସ୍ତୁ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଘରେ ହଂସ ଯୋଡା, ହିମାଳୟ, ବଂଶୀ କିମ୍ବା ଶଙ୍ଖର ଫଟୋ ଲଗାନ୍ତୁ। ଘରେ ନିୟମିତ ସନ୍ଧ୍ୟା ସମୟରେ ଦୀପରେ ଘିଅ ଓ କର୍ପୂର ଦେଇ ଲଗାନ୍ତୁ। ଶୟନ କକ୍ଷ ଘରର ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର – ପଶ୍ଚିମରେ ହେବା ଉଚିତ। ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ପାଦ ରଖି ଶୁଅନ୍ତୁ ନାହିଁ।

    ଝରକାକୁ ଲଗାଇ ଖଟ ରଖନ୍ତୁ ନାହିଁ। ଖଟର ଗଦିକୁ ବିଭାଜିତ ନହୋଇ ଗୋଟିଏ ହିଁ କିଣନ୍ତୁ। ଯେପରି ଗଦି ମଧ୍ୟ ଭାଗରୁ ଅଲଗା ହୋଇ ନଥିବ। କାନ୍ଥରୁ ରଙ୍ଗ ଛାଡିଥିଲେ କିମ୍ବା କାନ୍ଥ ନଷ୍ଟ ହୋଇଥିଲେ, ତୁରନ୍ତ ଏହାର ମରାମତି କରନ୍ତୁ। ଖଟ ସମ୍ମୁଖରେ କଦାପି ଆଇନା ରଖନ୍ତୁ ନାହିଁ। ଭଙ୍ଗା ପଲଙ୍କ ବା ଖଟ ବ୍ୟବହାର କରନ୍ତୁ ନାହିଁ। ଖଟ ସର୍ବଦା ଚାରିକଣିଆ ଆକାରର ହିଁ ବ୍ୟବହାର କରନ୍ତୁ। ଶୟନ କକ୍ଷରେ ଲାଲ ରଙ୍ଗର ବଲବ ରଖନ୍ତୁ ନାହିଁ। ନୀଳ ରଙ୍ଗର ରଖି ପାରିବେ। ଶୟନ କକ୍ଷରେ ଝାଡୁ, ଜୋତା-ଚପଲ, ବୈଦ୍ୟୁତିକ ଜିନିଷ, ଭଙ୍ଗା ଓ ଶବ୍ଦ ହେଉଥିବା ପଙ୍ଖା, ଛିଣ୍ଡା ପୋଷାକ, ପ୍ଲାଷ୍ଟିକ ଜିନିଷ ରଖନ୍ତୁ ନାହିଁ। 

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook