Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ସ୍ମରଣ ଶକ୍ତିକୁ ନେଇ କ’ଣ ରହିଛି ବାସ୍ତୁ ଟିପ୍ସ ?

    Share on :
    ajab-Image
    Date: Oct 31, 2022    Views: 5828

    ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ମାନେ ବହୁତ କିଛି ଭୁଲି ଯାଇଥାଉ । ଏପରି ହେବା ସ୍ୱାଭାବିକ ଅଟେ,କିନ୍ତୁ ଅଧିକାଂଶ ସମୟ ବାସ୍ତୁଦୋଷ କାରଣରୁ ମଧ୍ୟ ଏପରି ହୋଇଥାଏ । ଯେପରିକି କିଛି ସମୟ ପୂର୍ବରୁ କଣ ଭାବୁଥିଲେ ଓ କଣ କାମ କରିବାକୁ ଚାହୁଁଛନ୍ତି ସବୁକିଛି ଭୁଲି ଯାଆନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ବସ୍ତୁ ଦୋଷ ଓ ତାର ଉପାୟ ବିଷୟରେ କହିବୁ....

    ଘରର ଉତ୍ତର ପୂର୍ବ ଦିଗରେ ଭୁଲରେ ମଧ୍ୟ ନାଲି କିମ୍ବା ଗୋଲାପୀ ରଙ୍ଗର ପ୍ରୟୋଗ କରିବା ଉଚିତ ନୁହେଁ ଓ ଏଠାରେ ପୁରୁଣା ଖବର କାଗଜ କିମ୍ବା ଡଷ୍ଟବିନ ରଖିବା ବିଲକୁଲ ରଖିବା ଉଚିତ ନୁହେଁ ।

    ଘରର ଉତ୍ତର ପୂର୍ବ ଦିଗରେ ରୋଷେଇ ଘର ରହିବା ଦ୍ୱାରା ଆପଣଙ୍କର ସ୍ମରଣ ଶକ୍ତି ଦୁର୍ବଳ ହୋଇପାରେ । ଏହି ଦିଗ ସିଧା ସଳଖ ଆପଣଙ୍କ ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ । ଘରର ଉତ୍ତର ପୂର୍ବ ଦିଗ ସଫା ସୁତୁରା ରହିବ ଆବଶ୍ୟକ ।

    ଉତ୍ତର ପୂର୍ବ ଦିଗ ସର୍ବଦା ସମତଳ ଅବସ୍ଥାରେ ରହିବ ଉଚିତ । ଏହି ଦିଗରେ କୌଣସି ପ୍ରକାରର ବାଧା ରହିବା ଉଚିତ ନୁହେଁ ଏବଂ ଏହି ସ୍ଥାନ ସମ୍ପୂର୍ଣ ଭାବରେ ଖୋଲା ଓ ପବନ ଯୁକ୍ତ ହେବ ଆବଶ୍ୟକ ।

    ଯଦି ଆପଣଙ୍କର ଭୁଲିବାର ସମସ୍ୟା ଦୂର ହେଉ ନାହିଁ ତେବେ ଠିକ ହେବ ଯେ ଉତ୍ତର ପୂର୍ବ ଦିଗରେ ଓଁକାର କିମ୍ବା ସ୍ୱସ୍ତିକ ଚିହ୍ନ ସ୍ଥାପନା କରିବା ଆବଶ୍ୟକ । ଏହା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ସହିତ ଯୋଡିକି ରଖିବା ।

    ଉତ୍ତର ପୂର୍ବ ଦିଗରେ ପୁରୁଣା ବସ୍ତୁ କିମ୍ବା ଏପରି ଜିନିଷ ଭୁଲରେ ମଧ୍ୟ ପ୍ରୟୋଗ କରନ୍ତୁ ନାହିଁ କିମ୍ବା ରଖନ୍ତୁ ନାହିଁ । ଯଦି ଏପରି କିଛି ଜିନିଷକୁ ରଖୁଛନ୍ତି ତେବେ ଆପଣ ନିଜ ଅତୀତକୁ ଚାହିଁଲେବି ଭୁଲି ପାରିବେନି ଓ ସର୍ବଦା ଚିନ୍ତା ଗ୍ରସ୍ତ ହୋଇ ରହିବେ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook