Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଜାଣନ୍ତୁ, କ୍ଷୀର ଉତୁରିବା ଶୁଭ ନା ଅଶୁଭ ?

    Share on :
    ajab-Image
    Date: Oct 14, 2022    Views: 6837

    ଭୁବନେଶ୍ୱର: ବେଳେବେଳେ ଅନ୍ୟମନସ୍କତା ଯୋଗୁ ଗ୍ୟାସରେ ବସିଥିବା କ୍ଷୀର ଉତୁରିଯାଏ । ଏହି କ୍ଷୀର ଉତୁରିବାକୁ କିଏ ଶୁଭ ସୂଚନା ବୋଲି କହିଥାନ୍ତି ତ ଆଉ କିଏ ଏହାକୁ ଖରାପ ସଙ୍କେତ ବୋଲି ଭାବି ନେଇଥାନ୍ତି । ତେବେ ଅନେକ ସମୟରେ ଦେଖାଯାଏ, କେହି କେହି ନୂଆଘରକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ କ୍ଷୀରକୁ ଗ୍ୟାସରେ ବସାଇ ଉତୁରାଇଥାନ୍ତି । ସେମାନଙ୍କ ଧାରଣା, ଏପରି କଲେ ଘରେ କୁଆଡେ଼ ସୁଖଶାନ୍ତି ବଜାୟ ରହିବା ସହ ସକାରାତ୍ମକ ଉର୍ଜ୍ଜା ଉପôନ୍ନ ହୋଇଥାଏ ।

    ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ସେୟା ହିଁ ଉଲ୍ଲେଖ ଅଛି । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, କ୍ଷୀର ସିଝୁଥିବା ସମୟରେ ଉତୁରିବା ଏକ ଭଲ ସଙ୍କେତ । କିନ୍ତୁ ଏହି କ୍ଷୀର ଉତୁରିକି ସିଝୁଥିବା ବାସନ ଚାରିପଟେ ହିଁ ଲାଗିଥିବ, ଗ୍ୟାସ୍ ଉପରେ ପଡି ନ ଥିବ । କାରଣ କ୍ଷୀର ସିଝୁଥିବା ବାସନ ଛଡ଼ା କ୍ଷୀର ଯଦି ଗ୍ୟାସ ଉପରେ କିମ୍ବା ବୋହିକି ତଳେ ପଡିଲା, ତା’ହେଲେ ତାହା ଶୁଭ ନୁହେଁ । ସେହିପରି କୁହାଯାଏ, ଥଣ୍ଡା କ୍ଷୀର ଗ୍ଲାସରୁ ଢାଳି ହୋଇଯିବା ଅବା ହାତରୁ ଖସି ତଳେ ପଡିଯିବା ଜମାରୁ ଶୁଭ ସୂଚନା ନୁହେଁ । ଏମିତି ଯଦି ହୋଇଥାଏ ତା’ହେଲେ ଆଗକୁ କିଛି ବିପଦ ଆସୁଛି ବୋଲି ସତର୍କ ହୋଇଯିବା ଉଚିତ୍ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook