Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଜାଣନ୍ତୁ, କେଉଁଠି ରଖିବେ ମା’ ଲକ୍ଷ୍ମୀଙ୍କ ଚରଣ ଚିହ୍ନ

    Share on :
    ajab-Image
    Date: Oct 13, 2022    Views: 6509

    ଭୁବନେଶ୍ୱର: ପ୍ରତି ଓଡ଼ିଆ ଘରେ ପୂଜା ପାଆନ୍ତି ମା’ ଲକ୍ଷ୍ମୀ । ନିଷ୍ଠାର ସହ ମା’ଙ୍କର ପୂଜା କଲେ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ କେମଳ ମା’ଙ୍କ ମୂର୍ତ୍ତୀ ନୁହେଁ ଘରେଘରେ ଶୋଭାପାଏ ମା’ ଲକ୍ଷ୍ମୀଙ୍କ ପାଦଚିହ୍ନ । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ ମା’ଙ୍କ ଚରଣ ଚିହ୍ନ ଘରେ କେଉଁଠି ରଖିଲେ ଶୁଭଫଳ ମିଳେ ଜାଣନ୍ତୁ ସେ ସମ୍ପର୍କରେ…

    * ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ମୁଖ୍ୟଦ୍ୱାର ନିକଟରେ ଯେମିତି ସ୍ବସ୍ତିକ ଚିହ୍ନ କିମ୍ବା ଓଁ ଲେଖିବା ଶୁଭ ହୋଇଥାଏ, ଠିକ୍‌ ସେହିପରି ମା’ ଲକ୍ଷ୍ମୀଙ୍କର ଚରଣ ଚିହ୍ନ ଲଗାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ, ଏହାଦ୍ୱାରା ଘରେ ମାତା ଲକ୍ଷ୍ମୀଙ୍କର ଶୁଭ ଦୃଷ୍ଟି ପଡ଼ିଥାଏ। ଘରେ ସୁଖ, ସମୃଦ୍ଧି ବୃଦ୍ଧି ହୋଇଥାଏ। ତା’ସହ ଘରୁ ନକାରାତ୍ମକ ଊର୍ଜା ନଷ୍ଟହୋଇ ସକାରାତ୍ମକ ବାତାବରଣ ଖେଳିଯାଏ।

    * ମାତା ଲକ୍ଷ୍ମୀଙ୍କର ଚରଣ ଚିହ୍ନକୁ ପୂଜାଘରେ ସ୍ଥାପନା କଲେ ମା’ଙ୍କର କରୁଣା ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏହାବାଦ୍‌ ପୂଜାଘରେ ମା’ ଲକ୍ଷ୍ମୀଙ୍କ ଫଟୋ ସହ ଭଗବାନ କୁବେରଙ୍କ ଫଟୋ ରଖି ପୂଜିଲେ ମଧ୍ୟ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ବାସ୍ତୁବିତ୍‌ମାନେ ମତ ଦେଇଥାନ୍ତି।

    * ମା’ଙ୍କର ଚରଣ ଚିହ୍ନ ଯେଉଁଠି ବି ରଖିବେ, ସେହି ସ୍ଥାନକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ। ମୁଖ୍ୟଦ୍ୱାର ନିକଟରେ ରଖୁଥିଲେ, ଧ୍ୟାନଦେବେ ଯେମିତି ଦ୍ୱାର ଖୋଲିବା କିମ୍ବା ବନ୍ଦ କରିବା ସମୟରେ ସେଥିରୁ କୌଣସି ପ୍ରକାର ଶବ୍ଦ ଆସୁ ନ ଥିବ। କାରଣ ଏହି ଶବ୍ଦ ଦ୍ୱାରା ଘରେ ନକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି।

     

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook