Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଏହି ଜିନିଷ କରୁଛନ୍ତି କି ଦାନ ?

    Share on :
    ajab-Image
    Date: Oct 11, 2022    Views: 6994

    ଭୁବନେଶ୍ୱର: ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗରୀବ ଲୋକ କିମ୍ବା ବ୍ରାହ୍ମଣଙ୍କୁ ଦାନ କରିବା ବହୁତ ଶୁଭ ମନାଯାଇଥାଏ  । ଦାନ କରିବା ଦ୍ୱାରା ବ୍ୟକ୍ତିଙ୍କ ସବୁ ପାପ ଧୋଇ ହୋଇଯାଇଥାଏ  । ବହୁବାର ଦାନ କଲେ ମଧ୍ୟ ଏହାର ଫଳ ମିଳେ ନାହିଁ  । ହେଲେ ଏମିତି କିଛି ଜିନିଷ ଦାନ କରିବା ଦ୍ୱାରା କ୍ଷତି ହିଁ କ୍ଷତି ହୋଇଥାଏ  । ଏହାକୁ ଦାନ କରିବା ଦ୍ୱାରା ଦେବା ବାଲା କିମ୍ବା ପାଇବା ବାଲାର ଲାଭ ହୋଇ ନଥାଏ  । ତେଣୁ ଦାନ କଲା ବେଳେ ଏହି କଥା ଉପରେ ଖାସ ନଜର ରଖିବା କଥା  । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବୁ ଯାହାକୁ ଦାନ କରିବା କଥା ନୁହେଁ  ।
    ଏହି ଜିନିଷର ଦାନ ହୋଇଥାଏ ଅଶୁଭ

    ଝାଡୁ: ବ୍ୟକ୍ତି କେବେ ଝାଡୁ ଦାନ କରିବା କଥା ନୁହେଁ  । କୁହାଯାଏ, ଝାଡୁ ଦାନ କରିବା ଦ୍ୱାରା ଘରୁ ପଇସା ଶେଷ ହୋଇଯାଏ  । ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ  ।

    ଫାଟିଯାଇଥିବା ଗ୍ରନ୍ଥ ବା ବହି: କେବେ ବି ଫାଟିଯାଇଥିବା ଗ୍ରନ୍ଥ ବା ପୁସ୍ତକ ଦାନ କରିବା କଥା ନୁହେଁ  । ଏହାକୁ ଦାନ କରିବା ଶୁଭ ହୋଇନଥାଏ ।

    ତେଲ: କେବେ ବି ବ୍ୟବହାର କରାଯାଇଥିବା ତେଲ ଦାନ କରନ୍ତୁ ନାହିଁ  । ଏମିତି କଲେ ଶନିଦେବଙ୍କ ଖରାପ ପ୍ରଭାବ ସାମନା କରିବାକୁ ପଡିବ  ।

    ଷ୍ଟିଲ ବାସନ ଓ ପ୍ଲାଷ୍ଟିକ ବସ୍ତୁ: କେବେ ବି ଷ୍ଟିଲ ବାସନ ଓ ପ୍ଲାଷ୍ଟିକ ବସ୍ତୁ ଦାନ କରନ୍ତୁ ନାହିଁ  । ଏମିତି କରିବା ଦ୍ୱାରା ଘରେ ବହୁ ପ୍ରକାର କ୍ଷତି ହୋଇଥାଏ  । ଘରର ସୁଖ ଶାନ୍ତି ଚାଲିଯାଇଥାଏ  ।

    ବାସି ଖାଦ୍ୟ: କେବେ ବି କାହାକୁ ବାସି ଖାଦ୍ୟ ଦାନ କରନ୍ତୁ ନାହିଁ  । ବାସି ଖାଦ୍ୟ ଦେବା ଦ୍ୱାରା ବହୁ ପ୍ରକାର ଅସୁବିଧା ସାମନା କରିବାକୁ ପଡିଥାଏ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook