Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ ଏହି ଦିଗରେ ଲଗାନ୍ତୁ ନାହିଁ ଦର୍ପଣ

    Share on :
    ajab-Image
    Date: Sep 18, 2022    Views: 5746

    ଭୁବନେଶ୍ୱର: ଘରକୁ ସଜାଡ଼ିବା ସମସ୍ତଙ୍କର ପସନ୍ଦ । କିନ୍ତୁ ଘର ତିଆରି ବେଳେ ବାସ୍ତୁଶାସ୍ତ୍ର ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଆବଶ୍ୟକ । ବାସ୍ତୁ ଶାସ୍ତ୍ରରେ ଘରେ ଲଗାଯାଇଥିବା ଦର୍ପଣର ମଧ୍ୟ ବହୁତ ମହତ୍ୱ ରହିଥାଏ । ଏହାର ସମ୍ପର୍କ ସୁଖ ଓ ସୌଭାଗ୍ୟ ସହ ଜଡିତ ହୋଇଥାଏ । ଘରେ ଦର୍ପଣ ଲଗାଇବା ବେଳେ ବାସ୍ତୁର ଏହି ନିୟମ ପାଳନ କରିବା ଜରୁରୀ ।

    ଠିକ୍‌ ଦିଗରେ ଘରେ ଦର୍ପଣ ଲଗାଇଲେ ସୁଖ ଆଣିଥାଏ ଓ ଭୁଲ ଦିଗରେ ଏହା ଘର ପାଇଁ ଦୁର୍ଭାଗ୍ୟ ଆଣିଥାଏ । ଆସନ୍ତୁ ଜାଣିବା ଘରେ ଦର୍ପଣ ଲଗାଇବା ବେଳେ ବାସ୍ତୁର କେଉଁ ନିୟମ ପାଳନ କରିବା ଉଚିତ୍‌ ।

    ଘରେ ଦର୍ପଣ ଲଗାଇବା ବେଳେ ପାଳନ କରନ୍ତୁ ଏହି ନିୟମ

    ୧. ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଆୟତାକାର, ବର୍ଗାକାର ବା ଅଷ୍ଟଭୁଜାକାର ଦର୍ପଣ ଲଗାଇବା ଜରୁରୀ ହୋଇଥାଏ । ଯଦି ବାଥରୁମରେ ଦର୍ପଣ ଲଗାଉଛନ୍ତି ତେବେ ଦ୍ୱାରର ଠିକ ଆଗରେ ଲଗାନ୍ତୁ ନାହିଁ ।

    ୨. ଘରେ ସୂକ୍ଷ୍ମାକାର ଦର୍ପଣ ଲଗାଇବା ଅଶୁଭ ହୋଇଥାଏ । ଦାଗ, ଭଙ୍ଗା ଓ ଧୂଆଁଳିଆ ଦର୍ପଣ ବି ଲଗାନ୍ତୁ ନାହିଁ । ଏହା ଘରେ କଷ୍ଟ ସୃଷ୍ଟି କରିଥାଏ ।

    ୩. ବାସ୍ତୁ ଶାସ୍ତ୍ର ଅନୁସାରେ ବେଡରୁମରେ ଦର୍ପଣ ଲଗାଇବା ଉଚିତ୍‌ ନୁହେଁ । କାରଣ ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସଷ୍ଟି କରିଥାଏ । ଯଦି ସ୍ଥାନର ଅଭାବ ଯୋଗୁ ବେଡରୁମରେ ଦର୍ପଣ ଲଗାଯାଇଛି,ତେବେ ଏହାକୁ ପର୍ଦା ଦ୍ୱାରା ଆବୃତ କରନ୍ତୁ । ଫଳରେ ପ୍ରତିବିମ୍ବ ସୃଷ୍ଟି ହେବ ନାହିଁ ଓ ଦୋଷରୁ ମୁକ୍ତି ମିଳିବ ।

    ୪. ଘର ଭିତରେ କେବେ ବି ପଶ୍ଚିମ ବା ଦକ୍ଷିଣ ଦିଗରେ ଦର୍ପଣ ଲଗାନ୍ତୁ ନାହିଁ । ବାସ୍ତୁ ଶାସ୍ତ୍ର ଅନୁସାରେ ଦର୍ପଣ ସର୍ବଦା ପୂର୍ବ ବା ଉତ୍ତର ଦିଗରେ ଲଗାଇବା ଶୁଭ ହୋଇଥାଏ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook