Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରର ଏହି ଦିଗରେ ଲଗାନ୍ତୁ ଏହି ପେଣ୍ଟିଙ୍ଗ

    Share on :
    ajab-Image
    Date: Sep 17, 2022    Views: 5130

    ଭୁବନେଶ୍ୱର: ଘରର ସଜାଇବା ପ୍ରାୟ ସମସ୍ତଙ୍କର ପସନ୍ଦ । ଘର ସଜାଇବା ପାଇଁ ଅନେକ ବ୍ୟବହାର କରନ୍ତି ସୁନ୍ଦର ସୁନ୍ଦର ପେଣ୍ଟିଂ । ତେବେ ବାସ୍ତୁ ଅନୁଯାୟୀ, ଘରେ କେଉଁ ପ୍ରକାରର ପେଣ୍ଟିଂ ଲଗାଇଲେ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

    * ଦୌଡୁଥିବା ଘୋଡ଼ାକୁ ସଫଳତା, ଶକ୍ତିଶାଳୀ, ବିଶ୍ୱାସ ତଥା ସ୍ବାଧୀନତାର ପ୍ରତୀକ ବୋଲି କୁହାଯାଇଥାଏ। ତେଣୁ ଷ୍ଟଡି ରୁମ୍‌ ହେଉ ଅବା ଲିଭିଙ୍ଗ୍‌ ରୁମ୍‌ର କାନ୍ଥରେ ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ମୁହଁ କରି ଓ ଅଯୁଗ୍ମ ସଂଖ୍ୟାର ଘୋଡ଼ା ଦୌଡୁଥିବାର ପେଣ୍ଟିଂ ଲଗାଇଲେ ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

    * ଘରର ପୂର୍ବ କିମ୍ବା ଉତ୍ତର ଦିଗର କାନ୍ଥରେ ଝରଣା ବହୁ ଥିବାର ପେଣ୍ଟିଂ ଲଗାଇବା ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

    * ପୂଜା ଘର ହେଉ ଅବା ଷ୍ଟଡି ରୁମ୍‌ କିମ୍ବା ଡାଇନିଂ ରୁମ୍‌ରେ ବୁଦ୍ଧଦେବଙ୍କର ପେଣ୍ଟିଂ ଲଗାଇଲେ ଘରେ ସୁଖଶାନ୍ତି ବୃଦ୍ଧି ହେବା ସହ ମନ ଶାନ୍ତ ରହିଥାଏ ବୋଲି ବିଶ୍ୱାସ ରହିଛି।

    * ସେହିପରି ଷ୍ଟଡି ରୁମ୍‌ର ଟେବୁଲ୍‌ ପାଖରେ ଭଗବାନ ଗଣେଷ କିମ୍ବା ମାତା ସରସ୍ବତୀଙ୍କର ପେଣ୍ଟିଂ ଲଗାଇଲେ ଏକାଗ୍ରତା ବଢିଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook