Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବନାଉଛନ୍ତି କି ନୂଆ ଘର ଆପଣାନ୍ତୁ ଏହି ବାସ୍ତୁଟିପ୍ସ

    Share on :
    ajab-Image
    Date: Sep 13, 2022    Views: 5324

    ଭୁବନେଶ୍ୱର: ବାସ୍ତୁଶାସ୍ତ୍ର ଅନୁସାରେ ଘରଟିଏ ତୋଳିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ପରିବାରରେ ସୁଖଶାନ୍ତି ବଢିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆସିଥାଏ ବୋଲି ବିଶ୍ୱାସ ରହିଛି। ତେବେ ନୂଆ ଘର ପାଇଁ କ’ଣ ସବୁ ଜରୁରୀ ବାସ୍ତୁ ଟିପ୍ସ ରହିଛି ଜାଣନ୍ତୁ ସେ ସମ୍ପର୍କରେ…

    * ନୂଆ ଘରର ମୁଖ୍ୟ ପ୍ରବେଶ ଦ୍ୱାର ଉତ୍ତର କିମ୍ବା ପୂର୍ବ ଦିଗ ଅଥବା ଉତ୍ତର-ପୂର୍ବ ଦିଗରେ ରହିଲେ ଘରେ ସୁଖଶାନ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ।

    * ଘରକୁ ଆସୁଥିବା ଅତିଥି ପ୍ରଥମେ ଲିଭିଂ ରୁମ୍‌ରେ ହିଁ ଆସି ବସିଥାନ୍ତି। ଏହି ରୁମ୍‌ର ସାଜସଜ୍ଜା ତାଙ୍କ ମନ ଭିତରେ ଏକ ଗଭୀର ଛାପ ଛାଡିଥାଏ। ସେଥିପାଇଁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଲିଭିଂ ରୁମ୍‌ ପୂର୍ବ କିମ୍ବା ଉତ୍ତର ଦିଗ ଅଥବା ଉତ୍ତର-ପୂର୍ବ ଦିଗରେ ରହିଲେ ଶୁଭ ହୋଇଥାଏ। ଅନ୍ୟପକ୍ଷେ ଏହି ରୁମ୍‌ରେ ପଡିଥିବା ଫର୍ନିଚର ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ ଦିଗରେ ରହିଲେ ଶୁଭ।

    * କିନ୍ତୁ ଶୟନ କକ୍ଷ ଦକ୍ଷିଣ-ପଶ୍ଚିମ କୋଣରେ ରହିଲେ ଭଲ। କାରଣ ଶୟନ କକ୍ଷ ଉତ୍ତର-ପୂର୍ବ ଦିଗରେ ରହିଲେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ଏବଂ ଦକ୍ଷିଣ-ପୂର୍ବ ଦିଗରେ ରହିଲେ ଦମ୍ପତିଙ୍କ ମଧ୍ୟରେ ଝଗଡା ଲାଗିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

    * ସେହିପରି ରୋଷେଇ ଘର ଦକ୍ଷିଣ-ପୂର୍ବ ଦିଗରେ ରହିଲେ ଉତ୍ତମ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook