Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଆପଣଙ୍କ ଘରର ମୁଖ୍ୟଦ୍ୱାର କେଉଁ ଦିଗରେ ଅଛି ?

    Share on :
    ajab-Image
    Date: Aug 23, 2022    Views: 6854

     ଭୁବନେଶ୍ୱର: ବାସ୍ତୁ ଶାସ୍ତ୍ରରେ ଘରର ମୁଖ୍ୟ ଦ୍ୱାର ସହ ଅନେକ ଜିନିଷର ଉଚିତ ସ୍ଥାନ ଓ ଦିଗର ମହତ୍ୱ ରହିଥାଏ । ଘରର ମେନ ଗେଟ ବା ମୁଖ୍ୟ ଦ୍ୱାରର ସ୍ଥିତି ଘରେ ରହୁଥିବା ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । କାରଣ ମୁଖ୍ୟ ଦ୍ୱାରରେ ହିଁ ଘରର ସକରାତ୍ମକ ଓ ନକରାତ୍ମକ ଶକ୍ତି ନିର୍ଦ୍ଧାରଣ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରର ମୁଖ୍ୟ ଦ୍ୱାରର ଖୋଲିବା ଦିଗ ଭୁଲ ହାଇଯାଏ,ତେବେ ଆପଣଙ୍କ ଜୀବନରେ ଅଯଥାରେ ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା କେଉଁ ଦିଗରେ ଘରର ମୁଖ୍ୟ ଦ୍ୱାର ଖୋଲିଲେ ହୋଇଥାଏ ବଡ଼ ଅସୁବିଧା ।

    ଦକ୍ଷିଣ ଦିଗରେ ମୁଖ୍ୟ ଦ୍ୱାର ହେଲେ

    ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘରର ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗରେ ହୋଇଥାଏ,ତେବେ ଏହା ଘର ଲୋକଙ୍କ ଜୀବନରେ ସଂଘର୍ଷ ସୃଷ୍ଟି କରିଥାଏ । ଦକ୍ଷିଣ ଦିଗକୁ ଯମରାଜଙ୍କ ଦିଗ ବୋଲି କୁହାଯାଇଥାଏ । ଏହି ଦିଗରେ ପିତୃ ପୁରୁଷଙ୍କ ଆଗମନ ହୋଇଥାଏ । ଏହି ଦିଗରେ ମୁଖ୍ୟ ଦ୍ୱାର ହେବା ଦ୍ୱାରା ଘରର ମୁଖିଆ ଓ ମହିଳାମାନେ ଦୁଃଖି ହୋଇଥାନ୍ତି । ତେଣୁ ଦକ୍ଷିଣ ଦିଗରେ ଘରର ମୁଖ୍ୟ ଗେଟ ହେବା ଅଶୁଭ ମନାଯାଇଥାଏ ।

    ପଶ୍ଚିମ ଦିଗରେ ମୁଖ୍ୟ ଦ୍ୱାର ହେବା

    ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପଶ୍ଚିମ ଦିଗରେ ହୋଇଥାଏ,ତେବେ ଏହା ଶୁଭ ଫଳ ଦେଇଥାଏ । ଏହି ଦିଗରେ ମୁଖ୍ୟ ଦ୍ୱାର ହେବା ଦ୍ୱାରା ଘରର ଉନ୍ନତି ଧିରେଧିରେ ହୋଇଥାଏ । ହେଲେ ତାଙ୍କୁ ସ୍ଥାୟୀ ସଫଳତା ହାସଲ ହୋଇଥାଏ ।

    ଉତ୍ତର ଦିଗରେ ଘରର ମୁଖ୍ୟ ଦ୍ୱାର ହେବା

    ଯଦି ଆପଣଙ୍କ ଘରର ମୁଖ୍ୟ ଦ୍ୱାର ଉତ୍ତର ଦିଗରେ ହୋଇଥାଏ ତ ଏହା ସବୁଠାରୁ ଶୁଭ ହୋଇଥାଏ । ଉତ୍ତର ଦିଗରେ ଦେବୀ ଦେବତାଙ୍କ ବାସ ହୋଇଥାଏ । ଏହି ଦିଗରେ ମେନ ଗେଟ ହେବା ଦ୍ୱାରା ଆଧ୍ୟାତ୍ମ୍‍ିକ ବାତାବରଣ ସୃଷ୍ଟି ହୋଇଥାଏ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook