Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଏପରି ଦୂର କରନ୍ତୁ ବାସ୍ତୁଦୋଷ

    Share on :
    ajab-Image
    Date: Aug 14, 2022    Views: 6164

    ଭୁବନେଶ୍ୱର: ଘରେ ଯଦି କିଛି ବାସ୍ତୁ ଦୋଷ ଥାଏ,ତା’ହେଲେ ତାହାକୁ କିପରି ସରଳ ଉପାୟରେ ଠିକ୍‌ କରାଯାଇପାରିବ ଜାଣନ୍ତୁ ସେ ସମ୍ପର୍କରେ…

    * ଘରେ କିଛି ବାସ୍ତୁ ଦୋଷ ଥିଲେ, ଉତ୍ତର-ପୂର୍ବ କୋଣ ଅର୍ଥାତ୍‌ ଐଶାନ୍ୟ କୋଣରେ କଳସ ସ୍ଥାପନା କରିବା ଠିକ୍‌ ହେବ। ଯେହେତୁ ଭଗବାନ ଗଣେଶ ହେଉଛନ୍ତି ବିଘ୍ନନାଶକ, ତେଣୁ ତାଙ୍କରି ସ୍ବରୂପ କୁହାଯାଉଥିବା କଳସକୁ ଘରେ ସ୍ଥାପନା କଲେ ସବୁ ବିପଦରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

    * ସେହିପରି ଘରର ମୁଖ୍ୟଦ୍ୱାର ଉପରେ ସିନ୍ଦୁରରେ ସ୍ବସ୍ତିକ ଚିହ୍ନ କରିବା ମଧ୍ୟ ଶୁଭ ହୋଇଥାଏ। ତେବେ ଧ୍ୟାନ ଦେବେ ସ୍ବସ୍ତିକ ଚିହ୍ନ ଯେମିତି ୯ ଆଙ୍ଗୁଳି ଲମ୍ବା ଆଉ ୯ ଆଙ୍ଗୁଳି ଚଉଡ଼ା ହୋଇଥିବ; ଫଳରେ ଏହା ଘରୁ ନକରାତ୍ମକ ଉର୍ଜ୍ଜା ଦୂର କରିବାରେ ସହାୟକ ହେବ।

    * ଯଦି ଆପଣଙ୍କର ପ୍ରବେଶ ଦ୍ୱାର ଦକ୍ଷିଣ ଦିଗକୁ ହୋଇଥିବ, ତା’ହେଲେ ଏହି ଦ୍ୱାର ନିକଟରେ ପଞ୍ଚମୁଖୀ ହନୁମାନଙ୍କର ଫଟୋ ଲଗାଇବା ଶୁଭ ହୋଇଥାଏ। ନଚେତ୍‌ ପଞ୍ଚଧାତୁରେ ତିଆରି ଏକ ପିରାମିଡ୍‌କୁ ପ୍ରବେଶ ଦ୍ୱାର ନିକଟରେ ରଖିଲେ ବି ଲାଭ ମିଳିଥାଏ।

    * ଘରର ଯେଉଁ ସ୍ଥାନରେ କିଛି ବାସ୍ତୁ ଦୋଷ ରହିଛି ବୋଲି ଅନୁଭବ ହେଉଥାଏ, ସେହି ସ୍ଥାନରେ ଗିନାରେ କିଛି କର୍ପୂର ରଖିଦେଲେ ଉପକାର ମିଳେ ବୋଲି ବିଶ୍ୱାସ କରାଯାଏ।

    * ଅନ୍ୟପକ୍ଷେ କୁହାଯାଏ, ଘରର ମୁଖ୍ୟଦ୍ୱାର ନିକଟରେ ଘୋଡ଼ାର ନାଲ ଲଗାଇଲେ ମଧ୍ୟ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook