Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଆପଣାନ୍ତୁ ଏହି ଟିପ୍ସ ଘରେ ବଢ଼ିବ ସୁଖଶାନ୍ତି ଓ ଭଲପାଇବା

    Share on :
    ajab-Image
    Date: Aug 6, 2022    Views: 6185

    ଭୁବନେଶ୍ୱର: ଆପଣଙ୍କୁ ଏକଥା ଶୁଣିବାକୁ ଅଡୁଆ ଲାଗିପାରେ କିନ୍ତୁ ଏହା ସତ ଯେ ଯଦି ଥରେ ଆପଣ ଏହି ଟିପ୍ସକୁ ଆପଣେଇବେ ତେବେ କଥାର ଗୁରୁତ୍ୱ ବୁଝିପାରିବେ । ଜାଣନ୍ତୁ ଏହା କେତେ ସତ ଓ କେତେ ମିଛ ।

    ଫେଙ୍ଗସୁଇ ଟିପ୍ସ :

    – ଘରେ ଛୋଟ ଛୋଟ ଖୁସି ଏବଂ ପ୍ରେମପୂର୍ଣ୍ଣ କଥା ଘରଲୋକ ଏବଂ ନିଜ ନିଜର ସାଥୀଙ୍କୁ ଖୁସି ଦେଇଥାଏ । କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇପାରେ ନାହିଁ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଫେଙ୍ଗସୁଇ ଅନୁସାରେ ଏମିତି କିଛି ଟିପ୍ସ ଦେଉଛୁ, ଯାହା ସାହାଯ୍ୟରେ ଘରେ ଆପଣଙ୍କ ଖୁସି ଏବଂ ଶାନ୍ତି ବିରାଜମାନ ରହିବ । ଏହା ସାହାଯ୍ୟରେ ମଧ୍ୟ ଆପଣଙ୍କ ଜୀବନରେ ସର୍ବଦା ଖୁସି ଏବଂ ପ୍ରେମର ଆଗମନ ହେବ ।

    ବିଛଣାର ଆକାର ହେବ ବଡ଼ –

    ସ୍ୱାମୀ -ସ୍ତ୍ରୀ ଙ୍କ ଭିତରେ ପ୍ରେମ ବଢ଼ାଇବା ପାଇଁ ତାଙ୍କର ବିଛଣାର ଆକାର ବଡ଼ ହେବା ଉଚିତ । ଏହାଦ୍ୱାରା ନା କେବଳ ଭଲ ନିଦ ଆସିଥାଏ ବରଂ ଘରେ ମଧ୍ୟ ସକରାତ୍ମକତା ତିଷ୍ଠି ରହିଥାଏ ।

    କାନ୍ଥର ରଙ୍ଗ –

    ବିଶ୍ୱାସ କରନ୍ତୁ କି ନାହିଁ କିନ୍ତୁ ଏହା ସତ ଯେ ଘର କାନ୍ଥର ରଙ୍ଗ ମଧ୍ୟ ଘରେ ସକରାତ୍ମକତା କୁ ବଜାୟ ରଖିବାରେ ମୁଖ୍ୟ ଭୂମିକା ନେଇଥାଏ । ପଜେଟିଭ େଓ୍ଵଭ ଆଣିବା ପାଇଁ ଆପଣ ମଧ୍ୟ କାନ୍ଥର ରଙ୍ଗକୁ ଠିକ ଭାବରେ ସିଲେକ୍ଟ କରନ୍ତୁ । ଏହାପାଇଁ ଆପଣ ଲାଇଟ କଲର ପେଣ୍ଟକୁ ସିଲେକ୍ଟ କରି ପାରନ୍ତି । ଯେମିତି ଗ୍ରେ ,ହ୍ୱାଇଟ ,ଲାଇଟ ପିଙ୍କ ଭଳି ପଜେଟିଭ କଲର ଘରର କାନ୍ଥ ପାଇଁ ସବୁଠାରୁ ଭଲ ରହିବ ।

    ଟେଲିଭିଜନ –

    ଆପଣ ଏହା ଜାଣିକରି ଆଶ୍ଚର୍ଯ୍ୟ ହେବେ ଯେ ଘରେ ଜଣେ ଅନ୍ୟ ଜଣକୁ ସମୟ ଏବଂ ଧ୍ୟାନ ଦେବା ଜରୁରୀ ଅଟେ । ତେଣୁ ଟେଲିଭିଜନ ନ ଲଗାଇବା ବରଂ ଭଲ ହେବ । ଏବେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ କି ବେଡ଼ ରୁମ୍ ରେ କେବେ ବି ଓ୍ଵାର୍କସ୍ପେସ କରିବେ ନାହିଁ । ଯଦି ଏମିତି କରୁଥାନ୍ତି ତାହେଲେ ତାକୁ ଯଥା ଶୀଘ୍ର ବଦଳେଇ ଦିଅନ୍ତୁ ।

    ବେଡ଼ ରୁମରେ ଫ୍ରେଣ୍ଡ କିମ୍ବା ଫାମିଲି ର ଲଗାନ୍ତୁ ନାହିଁ ଫଟୋ –

    କେବେ ବି ବେଡ଼ ରୁମ ରେ ଫ୍ରେଣ୍ଡ କିମ୍ବା ଫ୍ୟାମିଲିର ଫଟୋ ନ ଲଗାଇବା ଉଚିତ ହେବ । ବରଂ ନିଜର କିମ୍ବା ନିଜ ସାଥୀଙ୍କ ସହିତ ଥିବା ଫଟୋ ଲଗାନ୍ତୁ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook