Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ ରଖନ୍ତୁ ଡ଼ଲଫିନ ମୂର୍ତ୍ତି

    Share on :
    ajab-Image
    Date: Aug 3, 2022    Views: 5585

    ଭୁବନେଶ୍ୱର: ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିୟର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି ।

    ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆଣିଥାଏ । ଏହି ଉପାୟ ମଧ୍ୟରୁ ଗୋଟିଏ ହେଉଛି ଘରେ ଡଲଫିନ ମାଛର ଏପରି ମୂର୍ତ୍ତି ରଖିବା । ଜୀବନରେ ଦୁର୍ଭାଗ୍ୟ ଦୂର କରିବାରେ ଫେଙ୍ଗସୁଇର ଡଲଫିନ ମାଛର ମୂର୍ତ୍ତି ଘରେ ରଖିବା ବହୁତ ଲାଭକାରୀ ହୋଇଥାଏ । ଆସନ୍ତୁ ଜାଣିବା ଘରେ ଏହାକୁ କେଉଁଠି ରଖିବା ଦ୍ୱାରା ଅଧିକ ଶୁଭ ହୋଇଥାଏ ।

    କେଉଁଠି ରଖିବେ ଡଲଫିନ ମାଛର ମୂର୍ତ୍ତି

    ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଡଲଫିନକୁ ମାନସିକ ସୁଖ ଓ ଦାୟିତ୍ୱର ପ୍ରତିକ କୁହାଯାଇଥାଏ । ତେଣୁ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ପାଇଁ ଆପଣ ଘରର ଲିଭିଂ ରୁମର ଉତ୍ତର ଦିଗରେ ଡଲଫିନ ମାଛର ଷ୍ଟାଚ୍ୟୁ ରଖିପାରିବେ ।

    ଡଲଫିନ ଷ୍ଟାଚ୍ୟୁର ଲାଭ

    – ଫେଙ୍ଗସୁଇ ଶାସ୍ତ୍ର ଅନୁଯାୟୀ କ୍ୟାରୀୟରରେ ଉନ୍ନତି ଓ ମନ ମୁତାବକ ଚାକିରି ପାଇବା ପାଇଁ ଆପଣଙ୍କ ରୁମରେ ଡଲଫିନର ମୂର୍ତ୍ତି ରଖିପାରିବେ ।

    – ଏହାଛଡ଼ା ପିଲାଙ୍କ ପଢ଼ା ଘରେ ଉତ୍ତର ଦିଗରେ ଡଲଫିନ ଷ୍ଟାଚ୍ୟୁ ରଖିବା ଦ୍ୱାରା ପିଲାଙ୍କର ଏକାଗ୍ରତା ବଢ଼ିବା ସହ ପଢ଼ାରେ ମନ ଲାଗିଥାଏ ।

    – ବ୍ୟବସାୟରେ ବୃଦ୍ଧି ଓ ସଫଳତା ପାଇଁ ନିଜ ଅଫିସ କିମ୍ବା ଦୋକାନରେ ବି ଡଲଫିନ ମାଛର ମୂର୍ତ୍ତି ରଖାଯାଇପାରିବ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook