ମୁଖ୍ୟ ଖବର
ଭୁବନେଶ୍ୱର: ଘରର ବାସ୍ତୁଶାସ୍ତ୍ର ଠିକ ରହିଲେ ବିଭିନ୍ନ ପ୍ରକାର ସମସ୍ୟା ଦୂର ହୋଇଯିବା ବୋଲି ବାସ୍ତୁବିତ ମାନେ ମତ ଦିଅନ୍ତି । ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟା ଶରୀରର ଅସୁସ୍ଥତା ଉପରେ ନିର୍ଭର କରିଥାଏ ବାସ୍ତୁଶାସ୍ତ୍ର । ଘର ଏବଂ ଘରର ବସ୍ତୁକୁ ସଠିକ୍ ଦିଗରେ ରଖିବା ପାଇଁ ଦିଗ ଗଣନା କରିଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଭିନ୍ନ ଭିନ୍ନ ଦିଗ ଅଲଗା ଅଲଗା ବସ୍ତୁ ଏବଂ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଫଳ ପ୍ରଦାନ କରିଥାଏ । ପ୍ରତ୍ୟେକ ଦିଗରୁ ଏକ ଶକ୍ତି ଆସିଥାଏ, ଯାହା ଘରର ନକ୍ସା ଏବଂ ଘରେ ଥିବା ଜିନିଷପତ୍ର ଦ୍ୱାରା ପ୍ରଭାବିତ ହୋଇଥାଏ ।
କୁହାଯାଇଥାଏ ବାସ୍ତୁ କାରଣରୁ ଘରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପଡିଥାଏ । ବିଶେଷ ରୂପେ ଘରୁ ନକାରାତ୍ମକ ଶକ୍ତି ବାହାର କରିବା ଅତ୍ୟନ୍ତ ଆବଶ୍ୟକ । ନଚେତ୍ ଘରର ସମସ୍ତ ଲୋକ ପ୍ରତିକୂଳ ରୂପେ ଏହାଦ୍ୱାର ପ୍ରଭାବିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା ଘରେ କେଉଁ ଜିନିଷ ରଖିବା ଅଶୁଭ ହୋଇଥାଏ ।
ଘରେ ରଖନ୍ତୁ ନାହିଁ ଏହି ଜିନିଷ
– ବହୁତ ଲୋକେ ଘର ସଜାଇବା ପାଇଁ ଫୁଲ ରଖିବା ପସନ୍ଦ କରିଥାନ୍ତି । ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କିମ୍ବା ମନ୍ଦିରରେ କେବେ ମଉଳି ଯାଇଥିବା ଫୁଲ ରଖନ୍ତୁ ନାହିଁ । କାରଣ ଏହାଦ୍ୱାରା ଘରେ ନକରାତ୍ମକ ପ୍ରଭାବ ବଢ଼ିଥାଏ । ଗଛ-ପତ୍ର ଓ ଫୁଲକୁ ସକରାତ୍ମକ ଶକ୍ତିର କାରକ ମନାଯାଇଥାଏ । ତେଣୁ ଏହାର ଉଚିତ ଦେଖା ଶୁଣା କରନ୍ତୁ । ଯଦି କୌଣସି ଫୁଲ ମଉଳି ଯାଏ, ତେବେ ଏହାକୁ ହଟାଇ ସଜ ଫୁଲ ଲଗାନ୍ତୁ ।
– ଘର କିମ୍ବା ଅଫିସରେ ବାହାରିଥିବା ତାର, ଖରାପ ହୋଇଥିବା ଇଲେକ୍ଟ୍ରୋନିକ୍ସ ଉପକରଣ ରଖିବା ଶୁଭ ମନାଯାଇ ନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ମନାଯାଏ ଯେ ଏହାଦ୍ୱାରା ଆପଣଙ୍କର ଆଖପାଖରେ ନକରାତ୍ମକତା ବାସ କରିଥାଏ । ଯାହାକି ଆପଣଙ୍କ ଉନ୍ନତି ଓ ଧନ ପ୍ରତି ବାଧା ସୃଷ୍ଟି କରିଥାଏ ।
– ଘରେ କେବେ ବି ହିଂସ୍ର ପଶୁ କିମ୍ବା ତାଜମହଲ ଫଟୋ ଲଗାନ୍ତୁ ନାହିଁ । କାରଣ ଏହାଯୋଗୁ ଘରେ ମାନସିକ ଦୁଶ୍ଚିନ୍ତା ଓ କଥା କଟାକଟି ଭଳି ସମସ୍ୟା ଦେଖାଦେଇପାରେ ।
Comments ସମସ୍ତ ମତାମତ