Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବାସ୍ତୁଶାସ୍ତ୍ର ଅନୁଯାୟୀ କିପରି କରିବେ ଘରର ଦ୍ୱାର ?

    Share on :
    ajab-Image
    Date: Jul 25, 2022    Views: 5462

    ଭୁବନେଶ୍ୱର: ଘରର ପ୍ରବେଶ ଦ୍ୱାରକୁ ସର୍ବଦା ସଫାସୁତୁରା ଆଉ ସୁନ୍ଦର ରଖିବା ଦରକାର। କାରଣ ଏହା ହେଉଛି ଘର ପାଇଁ ଖୁସିର ଦ୍ୱାର। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରବେଶ ଦ୍ୱାର କିପରି ହେବା ଦରକାର ଆସନ୍ତୁ ଜାଣିନେବା ସେ ସମ୍ପର୍କରେ…

    * ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ଲାଗିଥିବା କବାଟ ଘରର ଅନ୍ୟ କବାଟ ତୁଳନାରେ ଟିକେ ବଡ଼ ହେବା ଦରକାର; ଯଦ୍ଦ୍ବାରା ଏହା ମଧ୍ୟ ଦେଇ ଘର ମଧ୍ୟକୁ ଭରପୁର ଆଲୋକ ଆସିପାରୁଥିବ।

    * ପ୍ରବେଶ ଦ୍ୱାରରେ ଯେ କୌଣସି ମାଙ୍ଗଳିକ ଚିହ୍ନ ସିଏ ସ୍ବସ୍ତିକ ହେଉ ଅବା ଓମ୍‌ କିମ୍ବା କଳସ ଇତ୍ୟାଦିର ଚିହ୍ନ କରିବା ଘର ପାଇଁ ଶୁଭ ହୋଇଥାଏ।

    * ଘରର ମୁଖ୍ୟ ପ୍ରବେଶ ଦ୍ୱାର ଦୁଇ ଫାଳ ହୋଇ ଭିତରକୁ ଖୋଲୁଥିଲେ; ଘରେ ସୁଖଶାନ୍ତି ବଢିଥାଏ ବୋଲି ବିଶ୍ୱାସ କରାଯାଏ।

    * ସେହିପରି ମୁଖ୍ୟ ପ୍ରବେଶ ଦ୍ୱାରର ଠିକ୍‌ ସମ୍ମୁଖରେ ଘରର ଅନ୍ୟ କୌଣସି କବାଟ ରହିବା ଆଦୌ ଠିକ୍‌ ନୁହେଁ।

    * ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଅଣ୍ଡରଗ୍ରାଉଣ୍ଡ ଟାଙ୍କି ରହିବା ମଧ୍ୟ ଘର ପାଇଁ ଶୁଭଙ୍କର ହୋଇ ନଥାଏ।

    * ପ୍ରବେଶ ଦ୍ୱାରରେ ଧୂଳି ଜମିବା ଠିକ୍‌ ନୁହେଁ। ଏହାକୁ ଖୋଲିବା କିମ୍ବା ବନ୍ଦ କରିବା ସମୟରେ ଏଥିରୁ କର୍କଶ ଶବ୍ଦ ବାହାରିବା ମଧ୍ୟ ବାସ୍ତୁ ଅନୁଯାୟୀ ଭଲ ନୁହେଁ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook