Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଭଡ଼ାଘରେ ରହୁଛନ୍ତି କି? କରନ୍ତୁ ଏପରି

    Share on :
    ajab-Image
    Date: Jul 19, 2022    Views: 5543

    ଭୁବନେଶ୍ୱର: ଘରେ ବାସ୍ତୁ ଦୋଷ କାରଣରୁ ବହୁ ପ୍ରକାର ମାନସିକ, ଶାରିରୀକ ଓ ଆର୍ଥିକ ଅସୁବିଧା ଭୋଗିବାକୁ ପଡ଼ିଥାଏ । ଯଦି ଆପଣ ଭଡ଼ା ଘରେ ରହୁଛନ୍ତି ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ । ଘରେ ବଜାୟ ରହିବ ଶାନ୍ତି ଓ ସମୃଦ୍ଧି । ଯଦି ଆପଣ ଭଡ଼ା ଘରେ ରହୁଛନ୍ତି କିମ୍ବା କୌଣସି ଭଡ଼ା ଘରକୁ ସିପ୍ଟ ହେବାକୁ ଚାହୁଁଛନ୍ତି, ତେବେ କିଛି ନିୟମର ପାଳନ ଜରୁରୀ କରନ୍ତୁ ।

    ନକରାତ୍ମକ ଶକ୍ତି :

    ଅଧିକାଂଶ ସମୟରେ ଭଡ଼ା ଘରେ ଅଧିକ ନକରାତ୍ମକ ଶକ୍ତିର ପ୍ରଭାବ ରହିଥାଏ । ତେଣୁ ନୂଆ ଘରକୁ ସିପ୍ଟ ହେବା ପୂର୍ବରୁ ଘରକୁ ସଫା କରନ୍ତୁ । ସେଠାରେ ଗଙ୍ଗାଜଳ ଛିଞ୍ଚନ୍ତୁ । ଗଙ୍ଗାଜଳରେ ଶୁଦ୍ଧ ଶକ୍ତି ଉତ୍ପନ୍ନ ହୋଇଥାଏ । ଯାହା ଘରୁ ନକରାତ୍ମକ ଶକ୍ତିକୁ କାଢ଼ି ଦେଇଥାଏ ।

    ସମୃଦ୍ଧି :

    ଭଡ଼ା ଘରକୁ ସିପ୍ଟ ହେବା ପୂର୍ବରୁ ସେଠାରେ ଶୁଭ ମୁହୂର୍ତ୍ତରେ ଏକ ଜଳ ଭରା ତମ୍ବା ପାତ୍ରରେ ଆମ୍ବ ଡାଳ ଓ ଏହା ଉପରେ ନଡିଆ ରଖି କରି ଘରର ପୂର୍ବ ଦିଗରେ ରଖନ୍ତୁ । ଏହାଦ୍ୱାରା ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଏହି ପୂଜା ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଜୀବନ ପାଇଁ ଘରେ ସକରାତ୍ମକତା ଆଣିବାରେ ସହାୟକ ହୋଇଥାଏ ।

    ଏହି ଠାରେ କରନ୍ତୁ ପୂଜା ସ୍ଥାନ :

    ଘରର ଉତ୍ତର ପୂର୍ବ ଦିଗ ଧନର ଦେବତା କୁବେରଙ୍କର ମନାଯାଇଥାଏ । ଯଦି ନୂଆ ଘର କିମ୍ବା ଭଡ଼ା ଘର ନେଛନ୍ତି ତେବେ ଘରର ଜିନିଷପତ୍ର ଏହି ଦିଗରେ ରଖନ୍ତୁ । ଦୈନିକ ଏହି ଜାଗାକୁ ସଫା ରଖନ୍ତୁ । ଏମିତି ନ କରିବା ଦ୍ୱାରା ଦରିଦ୍ରତା ଆସିଥାଏ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook