Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ରୋଷେଇ ଘରେ ରଖୁଛନ୍ତି କି ଏହି ଜିନିଷ ଭୋଗିବେ ସାଙ୍ଘାତିକ ଅବସ୍ଥା

    Share on :
    ajab-Image
    Date: Jul 14, 2022    Views: 5168

    ଭୁବନେଶ୍ୱର: ଆମେ ଘରେ ଏମିତି କିଛି ଜିନିଷ ରଖିଥାଉ ଯାହାର ବ୍ୟବହାର କେବେ କେମିତି ହୋଇଥାଏ । ଏହି ଜିନିଷ ସବୁ ଦୀର୍ଘ ସମୟ ଧରି ଘରେ ଏମିତି ପଡ଼ି ରହିଥାଏ । ହେଲେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣଙ୍କ ଏହି ଜିନିଷ ଏମିତି ପଡି ରହିବା ଯୋଗୁ ଶନି ଦୋଷର କାରଣ ହୋଇଥାଏ । ଫଳରେ ଜୀବନରେ ଦରିଦ୍ରତା ଦେଖାଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଆସନ୍ତ ଜାଣିବା ରୋଷେଇ ଓ ଷ୍ଟୋର ରୁମରେ ରଖାଯାଇଥିବା କେଉଁ ଜିନିଷ, ଯାହା ଜୀବନରେ ସମସ୍ୟା ସୃଷ୍ଟି କରିଥାଏ ।

    ପିତଳ ବାସନ : ପ୍ରାଚୀନ ସମୟରୁ ଆମେ ପିତଳ ବାସନରେ ଭୋଜନ ଓ ରୋଷେଇ କରୁଥିଲୁ । ଧିରେ ଧିରେ ସମୟ ବଦଳିବା ସହ ପିତଳ ବାସନର ବ୍ୟବହାର ମଧ୍ୟ କମି ଯାଇଛି । ଯଦି ଆପଣଙ୍କ ରୋଷେଇ ଘରେ ଦୀର୍ଘ ଦିନ ଧରି ପିତଳ ବାସନ ପଡ଼ିରହିଛି ଓ ଏହାର ବ୍ୟବହାର ହେଉନି । ତେବେ ତୁରନ୍ତ ଏହାକୁ ସେଠାରୁ ହଟାଇ ଦିଅନ୍ତୁ । ନଚେତ ଏହା ଶନି ଦୋଷର କାରଣ ହୋଇପାରେ । ଯାହାଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇପାରେ ।

    ଇଲେକ୍ଟ୍ରୋନିକ ଉପକରଣ : ବହୁବାର ରୋଷେଇ ଘରେ ବ୍ୟବହାର ହେଉଥିବା ଗ୍ରାଇଣ୍ଡର କିମ୍ବା ଇଣ୍ଡକସନ ଭଳି ଜିନିଷ ଖରାପ ହେଲେ ମଧ୍ୟ ଆମେ ଏହାକୁ ଆଳସ୍ୟ କାରଣରୁ ସଜାଡି ନଥାଉ । ଏହା ଦୀର୍ଘ ସମୟ ଧରି ରୋଷେଇ ଘରେ ପଡି ରହିଥାଏ । ବାସ୍ତୁ ଦୋଷରୁ ରକ୍ଷା ପାଇବା ପାଇଁ ଆପଣ ଏହି ଜିନିଷକୁ ସଜାଡି ଦିଅନ୍ତୁ କିମ୍ବା ସେଠାରୁ ହଟାଇ ଦିଅନ୍ତୁ । ନଚେତ ଘରର ପିଲାଙ୍କ କ୍ୟାରିଅରରେ ବାଧା ଉତ୍ପନ୍ନ ହୋଇପାରେ ।

    ବନ୍ଦ ଘଡି : କେବେ କେବେ ଘଣ୍ଟାର ବ୍ୟାଟେରୀ ସରି ଯିବା କାରଣରୁ ଘଣ୍ଟା ବନ୍ଦ ହୋଇଯାଇଥାଏ । ହେଲେ ଏହାକୁ ସଜାଡିବା ପରିବର୍ତ୍ତେ ଆମେ ଏହାକୁ ଷ୍ଟୋର ରୁମରେ ପକାଇ ଦେଇଥାଉ । ବାସ୍ତୁ ଅନୁସାରେ ଏହା ଶୁଭ ହୋଇନଥାଏ । କାରଣ ଘରେ ବନ୍ଦ ହୋଇ ପଡି ରହିଥିବା ଘଣ୍ଟା ଆପଣଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାକି ଆପଣଙ୍କ ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।

    ପୁରୁଣା କପଡ଼ା : ଆଜିକାଲି ଫେସନ ଦୃଷ୍ଟିରୁ ବହୁତ କପଡା କିଣନ୍ତି । ଏହାକୁ ଥରେ ଦୁଇଥର ପିନ୍ଧିବା ପରେ ଘରେ ପକାଇ ଦେଇଥାନ୍ତି । କେହି କେହି ଏହାକୁ ଅଦରକାରୀ ଭାବେ ପୁଟୁଳି କରି ଷ୍ଟୋର ରୁମରେ ପକାଇ ଦେଇଥାନ୍ତି । ହେଲେ ଏହା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ତେଣୁ ଅଦରକାରୀ କପଡାକୁ କୌଣସି ଗରୀବ ଲୋକଙ୍କୁ ଦାନ କରିଦିଅନ୍ତୁ ।

     

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook