Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଜାଣନ୍ତୁ, କିପରି ତିଆରି କରିବେ ଘରର କବାଟ

    Share on :
    ajab-Image
    Date: Jul 11, 2022    Views: 4587

    ଭୁବନେଶ୍ୱର: * ଧନ ଓ ସମୃଦ୍ଧିର ଦେବତା କୁବେର ହେଲେ ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ବା ଟ୍ରେଜେରିକୁ ଏହି ଦିଗରେ ରଖିଲେ ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ।

    * ସେହିପରି ଘରେ ରାହୁ ଦୋଷ ଥିଲେ ମୟୂର ପୁଚ୍ଛକୁ ଘରର ପୂର୍ବ କିମ୍ବା ଉତ୍ତର ଦିଗ କବାଟରେ ଲଗାଇଲେ ଶୁଭ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

    * କୁହାଯାଏ, ଠାକୁର ଘର କାନ୍ଥରେ ସିନ୍ଦୂରରେ ଓଁ ଏବଂ ସ୍ବସ୍ତିକ ଚିହ୍ନ କରିବା ଶୁଭ ଲକ୍ଷଣ ହୋଇଥାଏ।

    * ଅନ୍ୟପକ୍ଷେ ଘରର ମୁଖ୍ୟ ଦ୍ୱାରରେ ସିନ୍ଦୂରରେ ସ୍ବସ୍ତିକ ଚିହ୍ନ କରି ଆମ୍ବଡାଳ ବାନ୍ଧିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହେବା ସହ ପ୍ରଭୁକୃପା ଲାଭ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

    * ଅନେକ ସମୟରେ ଦେଖାଯାଏ, କିଛି ବାସ୍ତୁଦୋଷ ଥିଲେ ଘରେ ସର୍ବଦା କଳହ ଲାଗିବା ସହ ଅଭାବ ଦେଖାଯାଇଥାଏ। ଏପରି ସ୍ଥଳେ କାଚଗିନାରେ କିଛି ଲୁଣ ନେଇ ଗାଧୁଆ ଘରେ ରଖିଦେଲେ କ୍ରମେ ବାସ୍ତୁଦୋଷ ଆପେ ଆପେ ସମାଧାନ ହୋଇଯାଏ ବୋଲି ବିଶ୍ୱାସ ରହିଛି।

    * ଘରେ ଗୋଟିଏ ରେଖାରେ ତିନୋଟି କବାଟ ରହିବା ଶୁଭଙ୍କର ନୁହେଁ ବୋଲି ବାସ୍ତୁଶାସ୍ତ୍ର କହେ। ତେଣୁ ନୂଆଘର ତିଆରି କରିବାବେଳେ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇଥାଏ।

    * ଘରର ମୁଖ୍ୟଦ୍ୱାର ବା ମୁଖ୍ୟଦ୍ୱାରର କବାଟ ଉପରେ କେବେ ବି ଘଣ୍ଟା ଲଗାଇବା ଠିକ୍‌ ନୁହେଁ। କୁହାଯାଏ, ଏମିତି କରିବା ଦ୍ୱାରା ଘରେ କୁଆଡ଼େ ଝଗଡ଼ା ଲାଗିଥାଏ। ତେଣୁ ଘଣ୍ଟାକୁ ସର୍ବଦା ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଲଗାଇବା ଦରକାର।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook