Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ସାବଧାନ ! ଉପହାରରେ ଦେଉଛନ୍ତି କି ମନିପ୍ଲାଣ୍ଟ ?

    Share on :
    ajab-Image
    Date: Jun 18, 2022    Views: 5075

    ଭୁବନେଶ୍ୱର : ବାସ୍ତୁ ଶାସ୍ତ୍ରରେ ଗଛ-ଲତାକୁ ଶୁଭର ପ୍ରତୀକ ମନାଯାଇଥାଏ । ଏହାକୁ ଘରେ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ଘରକୁ ଆସିଥାଏ । ଆଜିକାଲି ଉପହାରରେ ଗଛ ଦେବାର ପ୍ରଥା ବହୁ ଜୋରରେ ଚାଲିଛି । ପରିବେଶ ଦୃଷ୍ଟିରୁ ମଧ୍ୟ ଏହା ବହୁତ ଭଲ ହୋଇଥାଏ ।

    ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ସୁଖ ସମୃଦ୍ଧିର କାରକ ହୋଇଥିବା ଯୋଗୁ ମନି ପ୍ଲାଣ୍ଟ ଏପରି ଏକ ଗଛ ଯାହାକୁ ଆପଣ ଉପହାର ଦେଇପାରିବେ ନାହିଁ । ମନି ପ୍ଲାଣ୍ଟ ଉପହାର ଦେଲେ ଏହା ଆପଣଙ୍କ ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । କେବଳ ସେତିକି ନୁହେଁ ଏହା ଆପଣଙ୍କ ସୁଖ ସୁବିଧା ମଧ୍ୟ ନଷ୍ଟ କରିଦେଇପାରେ । ଆସନ୍ତୁ ଜାଣିବା ଏହାପଛର କାରଣ ।

    ଶୁକ୍ରଦେବ ହୋଇଥାନ୍ତି ଅସନ୍ତୁଷ୍ଟ :

    ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟ ଏପରି ଏକ ଗଛ ଯାହାକୁ ଘରର ଠିକ ଦିଗରେ ରଖିବା ଦ୍ୱାରା ଏହା ଜୀବନରେ ସୁଖ ଶାନ୍ତି ସହ ଧନର ସ୍ରୋତ ମଧ୍ୟ ବୃଦ୍ଧି କରିଥାଏ । ମନି ପ୍ଲାଣ୍ଟର ସମ୍ବନ୍ଧ ଶୁକ୍ର ଗ୍ରହ ସହ ମନାଯାଇଥାଏ । ଶୁକ୍ର ସମସ୍ତ ଭୌତିକ ସୁଖ ସୁବିଧାର କାରକ ହୋଇଥିବାରୁ ଯଦି ଏହି ପ୍ଲାଣ୍ଟ ଉପହାର ଦେବେ ତେବେ ଶୁକ୍ରଙ୍କ ସ୍ଥିତି କୁଣ୍ଡଳୀରେ ଦୁର୍ବଳ ହେବ । ଫଳରେ ସୁଖ ସୁବିଧାରେ ବାଧା ସୃଷ୍ଟି ହେବ ।

    ଶୁକ୍ର ଗ୍ରହଙ୍କ ଶୁଭ ଫଳ ପାଇବା ପାଇଁ ମନି ପ୍ଲାଣ୍ଟ କୁ ଶୁକ୍ରବାର ଦିନ ଲଗାଇବା ଉଚିତ୍‌ । ଏଥିସହ ଶୁକ୍ରବାର ଏହି ଗଛକୁ କଟା ଛଟା କରିବା କଥା ନୁହେଁ । ଅନେକ ଲୋକେ ଘର ସଜାଇବା ପାଇଁ ବିଭିନ୍ନ ଗଛ ଲତା ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତି ।

    ହେଲେ ବାସ୍ତୁ ଅନୁସାରେ ମନି ପ୍ଲାଣ୍ଟକୁ ସର୍ବଦା ଘରର ଭିତରେ ଲଗାଇବା ଉଚିତ୍‌ । ବାହାରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଏହା ଶୀଘ୍ର ଶୁଖି ଯାଇଥାଏ । ଫଳରେ ଘରର ସୁଖ ସମୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

    ଘରର ଉତ୍ତର-ପୂର୍ବ ଦିଗରେ ମନି ପ୍ଲାଣ୍ଟକୁ ରଖିବା ଠିକ୍‌ ହୋଇ ନଥାଏ । କାରଣ ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ବାସ୍ତୁ ଅନୁସାରେ ମନି ପ୍ଲାଣ୍ଟକୁ ଘରର ଦକ୍ଷିଣ ପୂର୍ବ ଦିଗରେ ରଖିବା ଠିକ୍‌ ମନାଯାଇଥାଏ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook