Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ମଥାରେ ଏମିତି ଲଗାନ୍ତୁ ଟିକା ବଦଳିବ ଭାଗ୍ୟ

    Share on :
    ajab-Image
    Date: Jun 12, 2022    Views: 5996

    ଭୁବନେଶ୍ୱର: ମଥାରେ ତିଳକ ବା ଟିକା ଲଗାଇବାର ପରମ୍ପରା ପ୍ରାଚୀନକାଳରୁ ରହି ଆସିଅଛି । ଧାର୍ମିକ ଆୟୋଜନ ହେଉ ବା ବନ୍ଧୁଙ୍କ ସ୍ୱାଗତ ସତ୍କାର ସବୁଠି ତିଳକ ଲଗାଇବା ବହୁତ ଶୁଭ ମନାଯାଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ ନିଜ ମଥାରେ ତିଳକ ଲଗାଇଥାନ୍ତି ସେମାନଙ୍କ ବୁଦ୍ଧି ପ୍ରଖର ହୋଇଥାଏ ।

    ସେମାନେ ବିବେକବାନ ହେବା ସହ ତିଳକ ଲଗାଇବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଯେପରି ସପ୍ତାହର ସାତ ଦିନର ଅଲଗା ଅଲଗା ମହତ୍ତ୍ୱ ଥାଏ । ସେହିପରି ପ୍ରତ୍ୟେକ ଦିନର ତିଳକ ମଧ୍ୟ ଅଲଗା ଅଲଗା ହୋଇଥାଏ । ତେଣୁ ଆପଣ ଯଦି ଦିନ ଅନୁସାରେ ତିଳକ ଲଗାଇବେ ତେବେ ଭଗବାନଙ୍କ ଆଶିର୍ବାଦ ପାଇବେ ।

    ସୋମବାର

    ଏହି ଦିନର ସ୍ୱାମୀ ଗ୍ରହ ଚନ୍ଦ୍ରମା । ତେଣୁ ଏହି ଦିନ ଧଳା ଚନ୍ଦନ, ବିଭୁତି କିମ୍ବା ଭସ୍ମ ତିଳକ ଲଗାଇବା ଶୁଭ ହୋଇଥାଏ ।

    ମଙ୍ଗଳବାର

    ଏହି ଦିନର ସ୍ୱାମୀ ଗ୍ରହ ମଙ୍ଗଳ । ଏହି ଦିନ ଲାଲ ଚନ୍ଦନ ବା ଚମେଲି ତେଲରେ ମିଶାଯାଇଥିବା ସିନ୍ଦୂରର ତିଳକ ଲଗାଇବା ଜରୁରୀ । ଏମିତି କରିବା ଦ୍ୱାରା ଜୀବନରେ ସବୁ ସଂକଟ ଦୂର ହୋଇଥାଏ ଓ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

    ବୁଧବାର

    ଏହି ଦିନର ସ୍ୱାମୀ ଗ୍ରହ ହେଉଛନ୍ତି ବୁଧ । ଏହି ଦିନ ସୁଖିଲା ସିନ୍ଦୁରର ତିଳକ ଲଗାଇବା ଉଚିତ୍‌ । ଏମିତି କରିବା ଦ୍ୱାରା ବ୍ୟକ୍ତିଙ୍କ କାର୍ଯ୍ୟ କ୍ଷମତା ବଢ଼ିଥାଏ ଓ ତାଙ୍କୁ ଯଶ ମିଳିଥାଏ ।

    ଗୁରୁବାର

    ଏହି ଦିନର ସ୍ୱାମୀ ଅଟନ୍ତି ବୃହସ୍ପତି । ଏହି ଦିନ ଧଳା ଚନ୍ଦନ କାଠ ପଥର ଉପରେ ଘୋରିକରି ଏଥିରେ କେସର ମିଶାଇ ତିଳକ ଲଗାଇବା ଶୁଭ ହୋଇଥାଏ । ମାନ୍ୟତା ରହିଛି ଯେ ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

    ଶୁକ୍ରବାର

    ଏହି ଦିନର ସ୍ୱାମୀ ହେଉଛନ୍ତି ଶୁକ୍ର । ଏହି ଦିନ ଲାଲ ଚନ୍ଦନର ତିଳକ ଲଗାଇବା ଉଚିତ୍‌ । ଏହାଦ୍ୱାରା ଘରେ ସୁଖ ସୁବିଧାର ବାସ ହୋଇଥାଏ ।

    ଶନିବାର

    ଏହି ଦିନର ସ୍ୱାମୀ ଗ୍ରହ ଶନି ଅଟନ୍ତି । ଏହି ଦିନ ବିଭୂତି, ଭସ୍ମ ବା ଲାଲ ଚନ୍ଦନର ତିଳକ ଲଗାଇବା ଦ୍ୱାରା ଭୈରବ ପ୍ରସନ୍ନ ହୋଇଥାନ୍ତି ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook