Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଗଛ ବି କରିପାରେ ଭାଗ୍ୟ ପରିବର୍ତ୍ତନ

    Share on :
    ajab-Image
    Date: May 30, 2022    Views: 5880

    ଭୁବନେଶ୍ୱର: ଘରେ ଶାନ୍ତି ବଜାୟ ରହିବା ସହ ସୁଖସମୃଦ୍ଧି ବୃଦ୍ଧି କରିବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ କେତେ ପ୍ରକାରର ବିଧିବିଧାନକୁ ଆପଣେଇଥାନ୍ତି। ହେଲେ ଜାଣିଛନ୍ତି ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି କେତେକ ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ଧନବୃଦ୍ଧି ହେବା ସହ ଭାଗ୍ୟ ମଧ୍ୟ ବଦଳିଯାଇଥାଏ। ଯେମିତିକି ମନିପ୍ଲାଣ୍ଟ।

    ବାସ୍ତୁଶାସ୍ତ୍ର ଅନୁଯାୟୀ, ଗୃହର ଆଗ୍ନେୟ କୋଣରେ ଏହି ବୃକ୍ଷକୁ ଲଗାଇଲେ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ତା’ଛଡ଼ା ଏହି ବୃକ୍ଷକୁ ଏମିତି ଲଗାଇବା ଦରକାର ଯେମିତିକି ଏହାର ଡାଳ ଓ ପତ୍ର ଉର୍ଦ୍ଧ୍ୱଗାମୀ ହୋଇ ବଢୁଥିବ। ତା’ଛଡ଼ା ଏହି ଗଛର ପତ୍ର ଯେତେ ସବୁଜ ଶ୍ୟାମଳ ହୋଇ ରହିବ ସେତେ ଭଲ। ସେହିପରି ତୁଳସୀ ଗଛକୁ ପବିତ୍ରତାର ସ୍ବରୂପ ବୋଲି କୁହାଯାଇଥାଏ। ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାରେ ଏହା ବେଶ୍‌ ସହାୟକ ହୋଇଥାଏ।

    ତେବେ ଘରର ଉତ୍ତର ଦିଗ କିମ୍ବା ଉତ୍ତର-ପୂର୍ବ ଦିଗରେ ତୁଳସୀ ଗଛକୁ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଧଳା ଅପରାଜିତା ଫୁଲ ଫୁଟୁଥିବା ଗଛ ଘରେ ଲଗାଇବା ମଧ୍ୟ ଶୁଭ ହୋଇଥାଏ। ଏହାଦ୍ୱାରା ଘରେ ଧନବୃଦ୍ଧି ହୁଏ ବୋଲି ବିଶ୍ୱାସ କରାଯାଏ। ଏରିକା ପାମ୍‌ ବୃକ୍ଷକୁ ବି ଲକି ପ୍ଲାଣ୍ଟ ବୋଲି ଅନେକେ କହିଥାନ୍ତି। ଏହି ବୃକ୍ଷ କେବଳ ଦେଖିବାକୁ ସୁନ୍ଦର ହୋଇଥାଏ ତାହା ନୁହେଁ, ଏହାକୁ ଘରେ ରଖିଲେ ଘରର ବାୟୁ ସ୍ବଚ୍ଛ ରହିବା ସହ ଐଶ୍ୱର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook