Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଜାଣନ୍ତୁ, ପେଙ୍ଗସୁଇ ଘରେ ରଖିଲେ କ’ଣ ମିଳିବ ସୁଫଳ ?

    Share on :
    ajab-Image
    Date: May 27, 2022    Views: 5363

    ଭୁବନେଶ୍ୱର: ସାଧାରରତଃ ଘରେ ଅଶାନ୍ତି ଓ ଅର୍ଥାଭାବ ଦେଖାଯିବା ବାସ୍ତୁ ଦୋଷର ଏକ ମୁଖ୍ୟ କାରଣ ହୋଇପାରେ । ତେବେ ଏହି ବାସ୍ତୁଦୋଷରୁ ମୁକ୍ତ କରିବାରେ ସହାୟକ ହେବ ପେଙ୍ଗାସୁଇ । ଆଜିକାଲି ଲୋକେ ଘରେ ଚୀନର ବାସ୍ତୁ ଶାସ୍ତ୍ର ଫେଙ୍ଗ ସୁଇ ସହିତ ଜଡ଼ିତ ଜିନିଷ ରଖୁଛନ୍ତି । ଫେଙ୍ଗ ସୁଇ ଅର୍ଥାତ ବାୟୁ ଓ ଜଳ । ଫେଙ୍ଗ ସୁଇ ଜଳ ଓ ବାୟୁ ଉପରେ ଆଧାରିତ । ଯଦି ଆପଣ ଜାଣନ୍ତି ଆପଣଙ୍କ ଘରେ ସୁଖ ସମୃଦ୍ଧି ଲାଗି ରହୁ,ତେବେ ଫେଙ୍ଗ ସୁଇର ଏହି ଟିପ୍ସ ଆପଣାନ୍ତୁ ।

    –  ଫେଙ୍ଗ ସୁଇ ଅନୁସାରେ ଦ୍ୱାରର ହ୍ୟାଣ୍ଡେଲରେ ସିକ୍କା ବା ଘଣ୍ଟା ଟାଙ୍ଗିବା ଦ୍ୱାରା ଧନ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ ।

    –  ନାଆରେ ବସିଥିବା ଲାଫିଙ୍ଗ ବୁଦ୍ଧଙ୍କ ମୂର୍ତ୍ତି ଘରେ ରଖିବା ଦ୍ୱାରା ଘରେ ଚାଲୁଥିବା ଅସୁବିଧା ଦୂର ହୋଇଥାଏ ।

    –  ଫେଙ୍ଗ ସୁଇ ଅନୁସାରେ ଗୋଟିଏ ମାଛ ବଦଳରେ ଦୁଇଟି ମାଛ ଘରେ ଟଙ୍ଗାଇବା ଦ୍ୱାରା ଶୁଭ ହୋଇଥାଏ । ଏମିତି କରିବା ଦ୍ୱାରା ଧନ ଲାଭ ଓ ଚାକିରିରେ ପ୍ରମୋଶନ ମିଳିଥାଏ ।

    –  ଆପଣଙ୍କ ବ୍ୟାଡ ଲକ୍‌ ଗୁଡ଼ ଲକ୍‌ରେ ଯଦି ବଦଳାଇବାକୁ ଚାହୁଁଛନ୍ତି ଲାଫିଙ୍ଗ ବୁଦ୍ଧଙ୍କ ଶୋଇ ହୋଇ ରହିଥିବା ମୁଦ୍ରାରେ ମୂର୍ତ୍ତି ରଖନ୍ତୁ ।

    –  ଦାମ୍ପତ୍ୟ ଜୀବନରେ ଖୁସି ଆଣିବା ପାଇଁ ଲଭ ବାର୍ଡ,ମେଣ୍ଡେରନ ଡକ୍‌ ଭଳି ପକ୍ଷୀର ଛୋଟ ମୂର୍ତ୍ତି ବେଡ ରୁମ୍‌ରେ ଲଗାନ୍ତୁ ।

    –  ଘରେ ଏମିତି ଲାଫିଙ୍ଗ ବୁଦ୍ଧ ରଖନ୍ତୁ ଯାହାର ହାତ ଉପର ଆଡକୁ ଟେକି ହୋଇ ଥିବ । ଏଥିରେ ଚାକିରି ଓ ବେପାରରେ ବୃଦ୍ଧି ହୋଇଥାଏ ।

    –  ଘର ଭିତରକୁ ନେଗେଟିଭ ଶକ୍ତି ଯେପରି ନ ଆସିବ ସେଥିପାଇଁ ଘର ବାହାରେ କଳା କଇଁଛ, ଲାଲ ପକ୍ଷୀ, ଧଳା ବାଘ କିମ୍ବା ସବୁଜ ଡ୍ରାଗନ ରଖନ୍ତୁ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook