Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    କେସର ଦୂର କରିବ ସମସ୍ତ ବାସ୍ତୁ ଦୋଷ

    Share on :
    ajab-Image
    Date: May 26, 2022    Views: 5385

    ଭୁବନେଶ୍ୱର: ଘରେ ସବୁବେଳେ ଦେଖାଯାଉଛି କି ଅର୍ଥାଭାବ ଯାହା ଦ୍ୱାରା ପରିବାରରେ ଅଶାନ୍ତି ବଢ଼ୁଛି । କିଛି ବାସ୍ତୁ ଦୋଷ ଯୋଗୁ ଏପରି ହେଉଥିବା ବାସ୍ତୁବିତ ମାନଙ୍କର ମତ । କମ୍‌ ଲୋକ ଜାଣିଥିବେ ଯେ କେସର ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ବ୍ୟବହାର କରାଯାଏ। ଖାଦ୍ୟର ସ୍ୱାଦ ଓ ରଙ୍ଗ ବଢ଼ାଇବା ପାଇଁ ତ ଆମେ କେସର ବ୍ୟବହାର କରୁ। କିନ୍ତୁ  ସନାତନ ଧର୍ମରେ କେସରର ବେଶ୍‌ ଗୁରୁତ୍ୱ ରହିଛି। ହିନ୍ଦୁ ଧର୍ମରେ ପୂଜା ପାଠରେ କେସର ବ୍ୟବହାର କରାଯାଏ। ବୈଦିକ ଶାସ୍ତ୍ରରେ କେସରର ସମ୍ପର୍କ ପୂଜା ପାଠ ସହ ସୁଖ ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତି ପାଇଁ ମଧ୍ୟ ରହିଛି।

    ଜ୍ୟୋତିଷ ଶାସ୍ତ୍ର ମୁତାବକ, କେସର ସମ୍ପର୍କ ୯ ଗ୍ରହର ଦେବଗୁରୁ କୁହାଯାଉଥିବା ବୃହସ୍ପତିଙ୍କ ସହ ରହିଛି। ଜ୍ୟୋତିଷଙ୍କ କହିବାନୁସାରେ, ଯେଉଁ ଲୋକଙ୍କର ଜାତକରେ ବୃହସ୍ପତି ଦୁର୍ବଳ ହୋଇ ଅଶୁଭ ଫଳ ଦେଉଛନ୍ତି ଓ ସେ ଅର୍ଥାଭାବ ଯୋଗୁ ଚିନ୍ତାରେ ଅଛନ୍ତି। ସେମାନେ ଭାଗ୍ୟ ଚମକାଇବାକୁ କେସରରେ ଚମତ୍କାରୀ ଉପାୟ କରି ପୁଣିଥରେ ଧନବାନ ହୋଇପାରିବେ।

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯଦି ଜାତକରେ ବୃହସ୍ପତି ଅଶୁଭ ଫଳ ଦେଉଛନ୍ତି ତେବେ ଗୁରୁବାର ଦିନ ଖିରିରେ କେସର ମିଶାଇ ସେବନ କରନ୍ତୁ। ଏଥିସହ ନିଜ ଗୁରୁଙ୍କୁ କେସର ଦାନ କରନ୍ତୁ। ଏହା ଦ୍ୱାରା ଜାତକରେ ଗୁରୁ ଗ୍ରହଙ୍କ ସ୍ଥିତି ମଜଭୁତ ହୋଇଥାଏ।
    - ଯଦି ଆପଣ ନିଜ ଜୀବନରେ ସୌଭାଗ୍ୟ, ସଫଳତା, ଧନ ପାଇବାକୁ ଚାହୁଁଛନ୍ତି ତେବେ ମଥାରେ ପ୍ରତିଦିନ କେସର ତିଳକ ଲଗାନ୍ତୁ। ଏହା ଦ୍ୱାରା ଶିବ, ବିଷ୍ଣୁ, ଗଣେଶ ଓ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
    - ଜ୍ୟୋତିଷ ଶାସ୍ତ୍ର ମୁତାବକ, ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଚନ୍ଦ୍ର ଦୁର୍ବଳ ହୋଇ ଅଶୁଭ ଫଳ ଦେଉଛନ୍ତି ତେବେ ସେ ଚନ୍ଦ୍ରଙ୍କର ମୂର୍ତ୍ତିକୁ ଚାନ୍ଦିର ଡବାରେ କେସର ସହ ରଖନ୍ତୁ। ଏମିତି କରିବା ଦ୍ୱାରା ଲାଭ ମିଳିବ।
    - ବୈବାହିକ ଜୀବନରେ କଳହ ଚାଲୁଥିଲେ, ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ପ୍ରତିଦିନ କେସର ମିଶ୍ରିତ କ୍ଷୀରରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ। ଏଥିସହ କିଛି ଦିନ ମଥାରେ କେସର ତିଳକ ଲଗାନ୍ତୁ।
    - ଯଦି ଘରେ ଟଙ୍କା ସଞ୍ଚୟ ହେଉ ନାହିଁ ତେବେ ୭ଟି ଧଳା କଉଡ଼ିକୁ କେସର ସହ ଲାଲ କପଡ଼ାରେ ବାନ୍ଧି ଦିଅନ୍ତୁ। ଏହା ପରେ ତାହାକୁ ଆଲମାରୀରେ ରଖିଦିଅନ୍ତୁ। ଏମିତି କରିବା ଦ୍ୱାରା ଅର୍ଥାଭାବ ରହିବ ନାହିଁ।
    - ବେପାର ଭଲ ହେଉ ନ ଥିଲେ ଦୋକାନ ଖାତା, ଆଲମାରୀ, ଡକ୍ୟୁମେଣ୍ଟ ଆଦିରେ କେସର ପାଣି ଛିଞ୍ଚନ୍ତୁ। ଏହା ଦ୍ୱାରା ବେପାରରେ ସଫଳତା ମିଳିବ।
    - ମାଙ୍ଗଳିକ ଦୋଷ ଯୋଗୁ ଯଦି ଜୀବନରେ ସମସ୍ୟା ଦେଖାଦେଉଛି ତେବେ ଲାଲ ଚନ୍ଦନରେ କେସର ମିଶାଇ ତିଳକ କରନ୍ତୁ ଓ ଏଥିରେ ହନୁମାନଙ୍କୁ ତିଳକ କରନ୍ତୁ। ଏମିତି କରିବା ଦ୍ୱାରା ମଙ୍ଗଳଙ୍କ ଅଶୁଉ ପ୍ରଭାବରୁ ମୁକ୍ତି ମିଳେ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook