Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଶୋଇବା ସମୟରେ ଏହି ବାସ୍ତୁ ନିୟମ ଉପରେ ରଖନ୍ତୁ ଧ୍ୟାନ

    Share on :
    ajab-Image
    Date: May 25, 2022    Views: 6364

    ଭୁବନେଶ୍ୱର: ବାସ୍ତୁ ଶାସ୍ତ୍ରରେ ଜୀବନରେ ସୁଖ ସମୃଦ୍ଧି ପାଇବା ପାଇଁ ବହୁ ପ୍ରକାର ଉପଦେଶ ଦିଆଯାଇଛି । ଯାହାକୁ ଆପଣାଇ ବ୍ୟକ୍ତି ଜୀବନରେ ବହୁ ପ୍ରକାର ସମସ୍ୟାର ସମାଧାନ କରି ପାରିବେ । ଆଜି ଆସନ୍ତୁ ଜାଣିବା ଶୋଇବା ସମ୍ପର୍କିତ କିଛି ନିୟମ ସମ୍ପର୍କରେ । ରାତିରେ ଶୋଇବା ସମୟରେ କିଛି ଭୁଲ ଆମର ବହୁ ଅନଷ୍ଟ କରିଥାଏ । ସେହିପରି ଆପଣ ନିଦ ସମ୍ପର୍କିତ କିଛି ନିୟମୁକ ପାଳନ କରି ଆପଣ ଜୀବନକୁ ଖୁସିରେ ଭରି ଦେଇପାରିବେ ।

    ବାସ୍ତୁ ଅନୁସାରେ ଶୋଇବା ସମୟରେ ଏହି ନିୟମକୁ କରନ୍ତୁ ପାଳନ

    – ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ଯେପରି ପୂର୍ବ ଦିଗକୁ ରହିବ ସେଥିପ୍ରତି ଦୃଷ୍ଟି ଦେବା ଜରୁରୀ । ଏହି ଦିଗକୁ ମୁଣ୍ଡ ଦେଲେ ଆପଣଙ୍କ ଏକାଗ୍ରତା ବଢ଼ିବା ସହ ବହୁତ ଶୁଭ ହୋଇଥାଏ ।

    – ଯଦି ଆପଣ ପଶ୍ଚିମ ଦିଗକୁ ମୁଣ୍ଡ ଦେଇ ଶୋଉଛନ୍ତି, ଏହାକୁ ବି ଶୁଭ ମନାଯାଇଥାଏ । ଏହାଦ୍ୱାରା ବ୍ୟକ୍ତିର ଯଶ କୀର୍ତ୍ତୀ ବଢ଼ିଥାଏ ।

    – ଯଦି ଆପର ଦକ୍ଷିଣ ଦିଗକୁ ମୁଣ୍ଡ ଦେଇ ଶୋଉଛନ୍ତି ତେବେ ବ୍ୟକ୍ତିଙ୍କ ନକରାତ୍ମକ ବିଚାର ଦୂର ହୋଇଥାଏ ।

    – କେବେ ଉତ୍ତର ଦିଗକୁ ମୁଣ୍ଡ ଦେଇ ଶୁଅନ୍ତୁ ନାହିଁ । କାରଣ ଏପରି କଲେ ସବୁ ପ୍ରକାର ଅସୁବିଧାର ସାମନା କରିବାକୁ ପଡ଼ିଥାଏ ।

    – ଯେଉଁ ବେଡ, ପଲଙ୍କ ବା ଶେଯରେ ଶୋଉଛନ୍ତି ସେ କେଉଁଠାରେ ବି ଖଣ୍ଡିଆ ହୋଇନଥିବା ଜରୁରୀ । ଏଥିସହ ବିଛଣା ମଧ୍ୟ ସଫା ରହିବା ଦରକାର ।

    – କେବେ ବି ଅଇଁଠା ମୁହଁରେ ଶୋଇବା କଥା ନୁହେଁ । କାରଣ ଏହାଦ୍ୱାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ । ଶୋଇବା ପୂର୍ବରୁ ଆପଣଙ୍କ ହାତ. ମୁହଁ ଓ ଗୋଡ଼ ଭଲ ଭାବେରେ ଧୁଅନ୍ତୁ ।

    – ବହୁତ ଲୋକ ନିଜର ସୁଖ ପାଇଁ ବସ୍ତ୍ରହିନ ହୋଇକରି ଶୋଇଥାନ୍ତି । ହେଲେ ବାସ୍ତୁ ଅନୁସାରେ ଏପରି କରିବା ଭୁଲ । କେବେ ବି ପୂର୍ଣ୍ଣ ଭାବେ ନିବସ୍ତ୍ର ହୋଇ ଶୋଇବା କଥା ନୁହେଁ ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook