Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ କିପରି ବଢ଼ିବ ସୁଖଶାନ୍ତି?

    Share on :
    ajab-Image
    Date: May 23, 2022    Views: 5130

    ଭୁବନେଶ୍ୱର: ଅନେକ ସମୟରେ ଦେଖାଯାଏ, କିଛି ବିଶେଷ କାରଣ ନଥାଇ ବି ଛୋଟ ଛୋଟ କଥାକୁ ନେଇ ଘରେ ଝଗଡ଼ା ଲାଗେ, କ୍ରମେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଘରୁ ସୁଖଶାନ୍ତି କୁଆଡ଼େ ହଜିଗଲା ଭଳି ଅନୁଭବ ହୁଏ। ଏ କ୍ଷେତ୍ରରେ ଘରେ କିଛି ବାସ୍ତୁଦୋଷ ରହିଥିବା ଅନେକେ ସନ୍ଦେହ କରିଥାନ୍ତି। ତେଣୁ ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେମିତି ସୁଖଶାନ୍ତି ବୃଦ୍ଧି ପାଇବ ଆସନ୍ତୁ ଜାଣିବା ସେ ନେଇ କିଛି ଟିପ୍ସ…

    * ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜୀମା ଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଉତ୍ପନ ହୋଇ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଏ।
    * ସେହିପରି, ପ୍ରତି ଗୁରୁବାର ଦିନ ତୁଳସୀ ଚଉରାରେ କିଛି କ୍ଷୀର ଢାଳିଲେ ଘରେ ଅଯଥାରେ କଳହ ଲାଗେ ନାହିଁ। ଏହି ଉପାୟ ଦ୍ୱାରା ବି ସୁଖଶାନ୍ତି ବୃଦ୍ଧି ପାଇଥାଏ।
    * ଅନ୍ୟପକ୍ଷେ କୁହାଯାଏ, ଘରର ଡ୍ରଇଁ ରୁମ୍‌ରେ ସନ୍ଥ ମହାତ୍ମାଙ୍କ ଆଶୀର୍ବାଦ ଭଙ୍ଗୀର ଫଟୋ ଲଗାଇବା ମଧ୍ୟ ଘର ପାଇଁ ଶୁଭ ହୋଇଥାଏ।
    * ଘରର ଉତ୍ତର ଦିଗରେ ତୁଳସୀ କିମ୍ବା ଅଁଳା ଗଛ ଲଗାଇବା ଦ୍ୱାରା ବି ପରିବାରର ମଙ୍ଗଳ ହେବା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ। ତା’ସହିତ ସମ୍ପର୍କରେ ନିବିଡ଼ତା ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
    * ସେହିପରି ସୋରିଷ ତେଲରେ ଲବଙ୍ଗ ପକାଇ ଦୀପ ଜଳାଇଲେ ମଧ୍ୟ ଘରେ ଶାନ୍ତି ବଢିଥାଏ ବୋଲି ବିଶ୍ୱାସ ରହିଛି।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook