Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଟଙ୍କା ଗଣିଲା ବେଳେ କରୁନାହାନ୍ତି ତ ଏହି ଭୁଲ

    Share on :
    ajab-Image
    Date: May 20, 2022    Views: 5299

    ଭୁବନେଶ୍ୱର: ମା’ ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ  । ପୁରତନ ଯୁଗରୁ ମାନ୍ୟତା ରହିଛି ମା’ଙ୍କୁ ପୂଜା କରିବା ଦ୍ୱାରା ଧନ,ଜନ,ଐଶ୍ୱର୍ଯ୍ୟ ଓ ବିଭବର ପ୍ରାପ୍ତି ହୋଇଥାଏ  । କଥାରେ ଅଛି ଯେଉଁଘରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ ସେହି ଘରେ କେବେ ବି କିଛି ବିପଦ ଆସେ ନାହିଁ କି କେବେ ଅଭାବରେ ଦେଖାଦିଏନି । ଯଦି ମା’ ଲକ୍ଷ୍ମୀ କୌଣସି କାରଣରୁ ରାଗି ଯାଆନ୍ତି ଲୋକେ ଲକ୍ଷ୍ମୀଛଡ଼ା ହୋଇଯାଆନ୍ତି ଲୋକେ, ତେବେ ଘରେ ଦରିଦ୍ରତା ଆସିଥାଏ  । ଯଦି ଏପରି ହୁଏ ତେବେ ଭାବିନେବେ କେଉଁଠି ନାଁ କେଉଁଠି ଭୁଲ ହୋଇଛି  ।

    ଯେତେ ରୋଜଗାର କଲେ ମଧ୍ୟ ଘରେ ଧନର ଅଭାବ ହୋଇଥାଏ  । ବେଳେ ବେଳେ ଆମେ ଟଙ୍କା ଗଣିବା ବେଳେ ଅଜାଣତରେ ଟଙ୍କା ସହ ଏମିତି କିଛି କରିଥାଉ, ଯଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଚାଲି ଯାଇଥାନ୍ତି  । ଯଦି ଆପଣ ଚାହାଁନ୍ତି ଲକ୍ଷ୍ମୀଜୀ ଆପଣଙ୍କ ଉପରେ ସର୍ବଦ ଆଶିର୍ବାଦ କରନ୍ତୁ, ତେବେ ଏହିସବୁ କଥା ପ୍ରତି ଧ୍ୟାନ ଦେବା ଜରୁରୀ  ।

    –  ପର୍ସରେ ନୋଟ ଓ ଟଙ୍କା ସହ ଖାଇବା ଜିନିଷ କେବେ ରଖନ୍ତୁ ନାହିଁ  । ଏମିତି କରିବା ଦ୍ୱାରା ଧନର ଅପମାନ ହୋଇଥାଏ  ।

    –  ଯେବେ କୌଣସି ଗରୀବଙ୍କୁ ଟଙ୍କା କିମ୍ବା ପଇସା ଦେବେ, କେବେ ଫିଙ୍ଗି କରି ଦେବେ ନାହିଁ  । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ  । ତେଣୁ ସର୍ବଦା ଟଙ୍କା ବା ପଇସା ହାତରେ ଆରାମରେ ଦିଅନ୍ତୁ  ।

    –  ଅଧିକାଂଶ ସମୟରେ ଲୋକେ ହାତରେ ଟଙ୍କା ଗଣିବା ବେଳେ ଛେପ ଲଗାଇ ଗଣିଥାନ୍ତି  । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ନିରାଦର ହୋଇଥାଏ  । ନୋଟ ଗଣିବା ବେଳେ ଆପଣ ପାଣି ବା ପାଉଡର ଲଗାଇ ଗଣିପାରିବେ  ।

    –  କେବେ ବି ପଇସାକୁ ଆପଣଙ୍କ ବେଡ ସାଇଡରେ ରଖି ଶୋଇବେ ନାହିଁ  । ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ  । ଟଙ୍କାକୁ ସର୍ବଦା କିଛି ସଫା ସୁତର ସ୍ଥାନରେ ରଖନ୍ତୁ  । ଆଲମିରା କିମ୍ବା ତେଜୋରିରେ କଉଡି ବା ଗୋମତି ଚକ୍ର ସହ ରଖନ୍ତୁ  ।

    –  ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଧନରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ  । ତେଣୁ ମାଟିରେ ପଇସା ଖସି ପଡିଲେ ପ୍ରଥମେ ମୁଣ୍ଡରେ ଲଗାଇବା ପରେ ଉଠାନ୍ତୁ  ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook