Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ ଅଭାବ ଅନାଟନ ଚିନ୍ତାର କାରଣ ସାଜିଛି କି ?

    Share on :
    ajab-Image
    Date: May 5, 2022    Views: 5902

    ଭୁବନେଶ୍ୱର: ଆମ ଜୀବନରେ ବାସ୍ତୁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଯଦି ଘର ନଚେତ କର୍ମସ୍ଥଳ ବାସ୍ତୁ ଶାସ୍ତ୍ର ଅନୁଯାୟୀ ନହୁଏ ତେବେ ଜୀବନରେ କଳହ ଲାଗି ରହେ। ଟଙ୍କା ପଇସାର ଅଭାବ ଦେଖାଦିଏ। ବାସ୍ତୁ ଶାସ୍ତ୍ରରେ କିଛି ଉପାୟ ରହିଛି, ଯାହାକୁ ଆପଣାଇ ଘରେ ଧନଧାନ୍ୟ ବୃଦ୍ଧି ଘଟିଥାଏ। ଏଥିସହ ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ। ଯେପରିକି:

    ତୁଳସୀ: ହିନ୍ଦୁ ଧର୍ମରେ ତୁଳସୀର ସ୍ଥାନ ସ୍ବତନ୍ତ୍ର। ଏହାକୁ ମା’ ବୋଲି ମଧ୍ୟ କୁହାଯାଏ। ଯେଉଁ ଘରେ ଏହି ବୃକ୍ଷ ରହିଥାଏ ସେଠାରେ ସୁଖ ସମୃଦ୍ଧିର ବାସ ଥାଏ। ବାସ୍ତୁ ଅନୁଯାୟୀ ଆର୍ଥିକ ଅନଟନ ଦେଇ ଗତି କରୁଥିଲେ ଲୋକମାନେ ନିଜ ଘରେ ତୁଳସୀ ବୃକ୍ଷ ଲଗାଇବା ଉଚିତ। ନିୟମିତ ଭାବେ ବିଧିବିଧାନ ଅନୁସାରେ ପୂଜା କରିଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି।

    -ଧାତୁ ନିର୍ମିତ କଇଁଛ: ବାସ୍ତୁ ଅନୁଯାୟୀ ଘରେ କଇଁଛ ରଖିବା ବହୁତ ଶୁଭ। ଘରର ଉତ୍ତର ଦିଗରେ ଧାତୁର କଇଁଛ ରଖିବା ଦ୍ୱାରା ଧନ ଧାନ୍ୟ ବୃଦ୍ଧି ପାଇଥାଏ। ତେବେ ଏହାର ମୁହଁ ଘରର ଭିତରକୁ ହେବା ଉଚିତ। ଏଥିସହ ଆଗଣ ଅଫିସ ନଚେତ ଦୋକାନରେ ତମ୍ବା ପାତ୍ରରେ କଇଁଛ ରଖିପାରନ୍ତି।

    -ଘର ମନ୍ଦିରରେ ରଖନ୍ତୁ ଶ୍ରୀ ଯନ୍ତ୍ର। ଏହି ଯନ୍ତ୍ରରେ ମା’ ଲକ୍ଷ୍ମୀଙ୍କ ବାସ ଥାଏ।

    -କ୍ରିଷ୍ଟାଲ ବଲ୍‌: ଘରର କବାଟ ନଚେତ ଝରକା ଉପରେ ଏହି ବଲ୍‌ ରଖିବା ଶୁଭ। ବାସ୍ତୁ ଅନୁଯାୟୀ ଏପରି କଲେ ଘରେ ଧନଧାନ୍ୟର ବୃଦ୍ଧି ଘଟେ। ଏହାଛଡ଼ା ଘରେ ହାତୀର ମୂର୍ତ୍ତୀ ରଖିବା ମଧ୍ୟ ଶୁଭ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook