Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଉତ୍ତର ଦିଗରେ କେଉଁ ଜିନିଷ ରଖିଲେ ହୋଇଥାଏ ଧନବୃଦ୍ଧି

    Share on :
    ajab-Image
    Date: Oct 18, 2023    Views: 12130

    ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ଦିଗର ବିଶେଷ ମହତ୍ତ୍ୱ ରହିଛି। ବାସ୍ତୁରେ ଉତ୍ତର ଦିଗ ବିଷୟରେ ଅନେକ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ଉତ୍ତର ଦିଗରେ କେଉଁ ଜିନିଷ ରଖିଲେ ଘରେ ଟଙ୍କାର ଅଭାବ ଦୂର ହେବା ସହ ସର୍ବଦା ଧନବୃଦ୍ଧି ହେବ। ଉତ୍ତର ଦିଗ ଖୁବ ଶୁଭ। ଏହାକୁ ସକରାତ୍ମକ ଶକ୍ତିର ପ୍ରବେଶ ଦ୍ୱାର କୁହାଯାଏ। ଏହି ଦିଗକୁ ଦେବତାଙ୍କ ଦିଗ ମଧ୍ୟ କୁହାଯାଏ। ଏହି ଦିଗରେ ଧନର ଦେବତା କୁବେର ଓ ମା’ଲକ୍ଷ୍ମୀଙ୍କ ବାସ ରହିଥାଏ ବୋଲି ମାନ୍ୟତା ରହିଛି।

    ବାସ୍ତୁ ଅନୁଯାୟୀ, ଆଲମିରାକୁ ସର୍ବଦା ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଓ କୁବେରଙ୍କ ଆଶୀର୍ବାଦ ଓ କୃପା ସର୍ବଦା ମିଳିଥାଏ। ଆର୍ଥିକ ସମସ୍ୟା ଦୂର ହୋଇଥାଏ। ମନି ପ୍ଲାଣ୍ଟକୁ ଘରେ ରଖିବା ଦ୍ୱାରା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ତୁଳସୀ ବୃକ୍ଷକୁ ମଧ୍ୟ ଉତ୍ତର ଦିଗରେ ରଖିପାରିବେ। ଏହା ମଧ୍ୟ ଶୁଭଫଳ ପ୍ରଦାନ କରେ। ଘରର ରୋଷେଇ ଘରକୁ ଉତ୍ତର ଦିଗରେ ତିଆରି କରନ୍ତୁ। ଏହାଦ୍ୱାରା କଦାପି ଅନ୍ନର ଅଭାବ ହେବ ନାହିଁ। ଉତ୍ତର ଦିଗର କାନ୍ଥକୁ ହାଲକା ନୀଳ ରଙ୍ଗର କରନ୍ତୁ। 

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook