Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଘରେ ସୁଖଶାନ୍ତି ବୃଦ୍ଧି

    Share on :
    ajab-Image
    Date: Aug 5, 2023    Views: 15707

    ବାସ୍ତୁଶାସ୍ତ୍ରର କିଛିଟା ଛୋଟମୋଟ କଥାକୁ ମାନିଲେ କିପରି ଘରେ ସୁଖଶାନ୍ତି ବୃଦ୍ଧି ହୋଇଥାଏ, ଘରେ ଛୋଟ ସାଇଜ୍‌ର ଫୁଆରା ହେଉ ଅବା ଆକ୍ୱାରିୟମ୍‌ରେ ସୁନେଲି ରଙ୍ଗର ମାଛ ରଖିବା କିମ୍ବା କାନ୍ଥରେ ବୋହି ଯାଉଥିବା ନଦୀର ଚିତ୍ର ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ, ଏହାଦ୍ୱାରା ଘରେ କୁଆଡ଼େ ସୁଖସମୃଦ୍ଧି ଓ ଧନ ବୃଦ୍ଧି ହୋଇଥାଏ।

    ସୁଖଶାନ୍ତି ପାଇଁ ପ୍ରତିଦିନ ଘରେ କର୍ପୂର ଦୀପ ଜଳାଇପାରିବେ। ଚନ୍ଦନ ଧୂପକାଠିର ମହକ ବି ଘରୁ ନକାରାତ୍ମକ ଊର୍ଜ୍ଜା କମ୍‌ କରିଥାଏ ବୋଲି ବିଶ୍ୱାସ ରହିଛି। ତେଜପତ୍ର ଜଳାଇବା ଦ୍ୱାରା ବି ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

    କଲିଂ ବେଲ୍‌କୁ ଘରର ମୁଖ୍ୟଦ୍ୱାର ପାଖରେ ଲଗାଇବା ଦରକାର। ଆଉ ଏହାକୁ ବଜାଇଲେ ମଧୂର ସଂଗୀତ ଯେମିତି ବାଜୁଥିବ ସେଥିପ୍ରତି ନଜର ଦେବା ବି ଆବଶ୍ୟକ। କେବଳ ସେତିକି ନୁହେଁ, ଘରେ ପ୍ରତିଦିନ କିଛି କିଛି ସମୟ ଧାର୍ମିକ ମନ୍ତ୍ର ଶୁଣିବା ମଧ୍ୟ ଶୁଭ ହୋଇଥାଏ।

    ଘରର ମୁଖ୍ୟଦ୍ୱାରରେ କେବେ ବି କଳା ରଙ୍ଗର ପ୍ରଯୋଗ କରିବା ଉଚିତ୍‌ ନୁହେଁ। ସେହିପରି ସିଡ଼ି ତଳେ କେବେ ବି ପୂଜାଘର କିମ୍ବା ରୋଷେଇ ଘର କରିବା ଶୁଭ ନୁହେଁ। ଘରେ କୌଣସି ପରିତ୍ୟକ୍ତ ଜିନିଷକୁ ସାଇତି ରଖିବା ବି ଠିକ୍‌ ନୁହେଁ। ଏହା ବାସ୍ତୁଦୋଷକୁ ଅଧିକ ସକ୍ରିୟ କରାଇଥାଏ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook