Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଯାତ୍ରା କରିବା ପୂର୍ବରୁ ବାସ୍ତୁ ଟିପ୍ସ

    Share on :
    ajab-Image
    Date: Jul 6, 2023    Views: 8358

    ଭୁବନେଶ୍ୱର : ବାସ୍ତୁଶାସ୍ତ୍ରରେ କୈାଣସି କାର୍ଯ୍ୟରେ ଯାତ୍ରା କରିବା ପୂର୍ବରୁ ସେଥିରେ ସଫଳତା ପ୍ରାପ୍ତି ଉପାୟ ବିଷୟରେ ବର୍ଣ୍ଣନା କରାଯାଉଛି । ଯାହା ପାଳନ କଲେ ଯାତ୍ରା ମଙ୍ଗଳକାରୀ ଓ ସଫଳକାରୀ ହୋଇଥାଏ । 

    ଯାତ୍ରାରେ ଯିବା ପୂର୍ବରୁ ବା ସମୟରେ କୈାଣସି ନକାରାତ୍ମକ ଶବ୍ଦର ବ୍ୟବହାର କରନ୍ତୁ ନାହିଁ ।  ନିଜର ଇଷ୍ଟ ଦେବତାଙ୍କୁ ସ୍ମରଣ କରନ୍ତୁ । ଗାୟତ୍ରୀମନ୍ତ୍ର  ଜପକରନ୍ତୁ,  
     ନଦୀ, ନିଆଁ, ପବନ, ଦେବୀଦେବତା ,ଗୁରୁଜନ,ମାତାପିତାଙ୍କୁ ପରିହାସ କରନ୍ତୁ ନାହିଁ । 

    ଘରୁ ବାହାରିବାବେଳେ ପ୍ରଥମେ ଡ଼ାହାଣ ପାଦ ପକାନ୍ତୁନି, ଅସହାୟକୁ ଦାନ ଦିଅନ୍ତୁ । ଗାଇକୁ ରୁଟି ବା ଘାସ ଖାଇବାକୁ  ଦିଅନ୍ତୁ । ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ । 

    ଶାସ୍ତ୍ର ଅନୁଯାୟୀ ସୋମବାର, ଶନିବାର ପୂର୍ବଦିଗରେ ଯାତ୍ରା କରିବା ଅତି ଶୁଭ ହୋଇଥାଏ । ସୋମବାର, ଗୁରୁବାର ପୁର୍ବ, ଦକ୍ଷିଣ ଦିଗରେ ଯାତ୍ରା କରନ୍ତୁ ନାହିଁ । ରବିବାର ଓ ଶୁକ୍ରବାର ପଶ୍ଚିମ ଦିଗରେ ଯାତ୍ରା କରନ୍ତୁ ନାହିଁ । ମଙ୍ଗଳବାର ଦିନ ଉତର ଦିଗରେ ଯାତ୍ରା କରୁଥିଲେ ଘରୁ ଗୁଡ଼ ଖାଇ ଯାଆନ୍ତୁ ।

    ବୁଧବାର ଉତରଦିଗରେ ଯାତ୍ରା କରୁଥିଲେ ଧନିଆ କିମ୍ବା ରାଶି ଲଡ଼ୁ ଖାଇ ଯାଆନ୍ତୁ । ଗୁରୁବାର ଦକ୍ଷିଣ ଦିଗରେ ଯାତ୍ରା କରୁଥିଲେ ଦହିଖାଇ ଯାତ୍ରା କରନ୍ତୁ । ଶୁକ୍ରବାର ଯାତ୍ରା କରୁଥିଲେ ଗହମରେ ପ୍ରସ୍ତୁତ  ଖାଦ୍ୟ ଖାଇ ବାହାରନ୍ତୁ । ଶନିବାର ଯାତ୍ରା କରୁଥିଲେ ଅଦାଖଣ୍ଡ ଖାଆନ୍ତୁ ।     

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook