Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ବାସ୍ତୁପୁରୁଷ

    Share on :
    ajab-Image
    Date: Jul 15, 2023    Views: 16601

    ଭୁବନେଶ୍ୱର : ମତ୍ସ୍ୟପୁରାଣରେ ଅଛି ବାସ୍ତୁପୁରୁଷଙ୍କ ଉପାଖ୍ୟାନ । ତାହା ଅନୁସାରେ,ଏକଦା ଅନ୍ଧକାସୁର ସହିତ ଶିବଙ୍କର ଘୋର ଯୁନ୍ଧ ହେଲା । ସେହି ଯୁନ୍ଧ ସମୟରେ ଶିବଙ୍କ ଶରୀରରୁ ଏକ ସ୍ୱେଦବିନ୍ଦୁ ପତିତ ହୋଇ ମହାଭୂତରେ ପରିଣତ ହେଲା ।
     
    ସେହି ମହାଭୂତର ଆର୍ବିଭାବ ଘଟିଥିଲା -ଭାଦ୍ରବମାସ କୃଷ୍ଣପକ୍ଷ ଦଶମୀ ଶନିବାର ଦିନ ; ଆଦ୍ରା ନକ୍ଷତ୍ର, ବ୍ୟତିପାତ ଯୋଗ ଓ ବିଷ୍ଟି କରଣରେ । ତାହାର ଥିଲା ବିଶାଳ ଓ କଦାକାର ରୂପ । ସେଥିରେ ଦେବତା,ଦାନବ ସମସ୍ତେ ଭୟଭୀତ ହେଲେ ।
     
    ଦେବତାମାନେ ପ୍ରତିକାରପାଇଁ ବ୍ରହ୍ମାଙ୍କୁ ପ୍ରାର୍ଥନା କଲେ । ବ୍ରହ୍ମା ସେମାନଙ୍କୁ ନିଦେ୍ର୍ଧଶ ଦେଲେ,ଯେ ତାହାକୁ ଅଧୋମୁଖ କରି ପୃଥିବୀ ଉପରେ ଭାରା ଦେଇ ରହିଲେ । ତାହା ଫଳରେ ବହୁ କଷ୍ଟ ପାଇ ସେହି ମହାଭୁତ ବ୍ରହ୍ମାଙ୍କୁ ପ୍ରାର୍ଥନା କଲା,ଯେ ତାହାର ପ୍ରାର୍ଥନା ଶୁଣି କହିଲେ ଆଜିଠାରୁ ତୁମେ ବାସ୍ତୁପୁରୁଷ ରୂପେ ପୂଜିତ ହେବ । ଯେ କୌଣସି ରୂପେ ପୂଜିତ ହେବ ।
     
    ଯେ କୌଣସି ନିର୍ମାଣ କାର୍ଯ୍ୟରେ ଲୋକେ ତୁମର ଶୟନରତ,ଅଧୋମୁଖ ରୂପକୁ ସ୍ମରଣ ଓ ପୂଜନ କରି ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବେ । ସେହି ଅନୁସାରେ ଗ୍ରାମ,ନଗର,ପୁର,ପଲ୍ଲୀ,ଦୁର୍ଗ,ବାଂଫି,କୂପ,ତଡାଗ,ଅଟ୍ଟାଳିକା,ଗୃହ ପ୍ରଭୃତିର ନିର୍ମାଣ କାର୍ଯ୍ୟରେ ବାସ୍ତୁପୁରୁଷ ପୂଜା ପାଇ ଆସୁଛନ୍ତି । ଏହି ବାସ୍ତୁପୁରୁଷଙ୍କ ପୂଜା ନ କଲେ,ଗୃହ ଲକ୍ଷ୍ମୀହୀନ ହେବା ସହିତ କାର୍ଯ୍ୟରେ ବିଘ୍ନ ହୁଏ ବୋଲି ବିଶ୍ୱାସ ରହିଛି । 
     
    ଏ ସଂପର୍କରେ ଜଣାଯାଏ,ଯେ ଏହି ପୁରାଣ ପ୍ରସଙ୍ଗକୁ ବାସ୍ତୁଶାସ୍ତ୍ରରେ ଆଦି ପ୍ରବକ୍ତା ମୁନି ପରାଶର ବୃହଦ୍ରଥଙ୍କୁ ଶୁଣାଇଥିଲେ ଏବଂ ପରବର୍ତୀ କାଳରେ ବିଶ୍ୱକର୍ମା ବୃହଦ୍ରଥଙ୍କ ଠାରୁ ବାସ୍ତୁ ଶାସର ବିଧି ଓ ଉପଯୋଗିତା ଶୁଣି ତାହାର ପ୍ରସାର କରିଥିଲେ ।
     
    ବିଜ୍ଞାନ ଅନୁସାରେ,ପଂଚ ମହାଭୂତରୁ ଏ ଜଗତ ତଥା ଆମେ ସମସ୍ତେ ଗଠିତ । ଏଣୁ ମହାଭୂତମାନଙ୍କ ସହିତ ସୌହାଦ୍ଧ୍ୟପୂର୍ଣ୍ଣ ଅବସ୍ଥାନ ହିଁ ବାସ୍ତୁଶାସ୍ତ୍ରର ମୂଳମନ୍ତ୍ର । ସେହିଥିରୁ ସୃଷ୍ଟି ହୋଇଛି ବାସ୍ତୁପୁରୁଷଙ୍କର କଳ୍ପନା ଓ ପୂଜନ  । ଏହା ବାସ୍ତୁଶାସ୍ତ୍ର ନିଦେ୍ର୍ଧଶିତ ବିଧିବ୍ୟବସ୍ଥାର ପରିପାଳନ ମାତ୍ର ।        

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook