Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

    Share on :
    ajab-Image
    Date: Jun 10, 2022    Views: 4798

    କଟକ: ଆଉ ଦିନକ ପରେ ଦୁଲୁକିବ ବାରବାଟୀ । ଚୌକା ଛକା ବର୍ଷାରେ କମ୍ପିବ ଷ୍ଟାଡିୟମ । ଅପେକ୍ଷାରେ କ୍ରିକେଟପ୍ରେମୀ । ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଦିନ ଗୋଟାଏରେ ବିମାନବନ୍ଦରରେ ପହଞ୍ଚିବେ ଉଭୟ ଦେଶରେ ଖେଳାଳି । ଏୟାରପୋର୍ଟରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଖେଳାଳିଙ୍କୁ ମେଫେୟାର ହୋଟେଲ ନିଆଯିବ । ସେଠାରେ ରାତ୍ରୀଯାପନ ପରେ ଆସନ୍ତାକାଲି ଉଭୟ ଟିମ୍ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ ପାଇଁ ଯିବେ । ସବୁ ସମୟରେ ଖେଳାଳୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ।

    ଏୟାରପୋର୍ଟରୁ ଖେଳାଳିଙ୍କ ହୋଟେଲ ଯିବା ସମୟରେ ଯେମିତି କୌଣସି ଅଘଟଣ ନହୁଏ ସେଥିପାଇଁ ମକ୍ ଡ୍ରିଲ କରାଯାଇଛି । ସେପଟେ ଗତକାଲି କାଉଣ୍ଟରରେ ସମସ୍ତ ୧୨ ହଜାର ଟିକେଟ ବିକ୍ରି ହୋଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook