Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ ମ୍ୟାଚରୁ ବଞ୍ଚିତ ହୋଇପାରେ ବାରବାଟି ଷ୍ଟାଡିୟମ, ଜାଣନ୍ତୁ କାହିଁକି

    Share on :
    ajab-Image
    Date: Jan 8, 2022    Views: 3573


    ନୂଆଦିଲ୍ଲୀ : ଫେବ୍ରୁଆରୀ ୧୫ ତାରିଖରେ ଖେଳାଯିବାକୁ ଥିବା ଭାରତ ୱେଷ୍ଟଇଣ୍ଡିଜ ପ୍ରଥମ ଟି-୨୦ମ୍ୟାଚରୁ କଟକର ବାରବାଟୀ ଷ୍ଟାଡିୟମ ବଞ୍ଚିତ ହେବାର ଆଶଙ୍କା ଦେଖା ଦେଇଛି । କାରତ ଦ୍ରୁତ ବେଗରେ ବଢ଼ି ଚାଲିଥିବା କୋଭିଡ ମାମଲା କାରଣରୁ ୱେଷ୍ଟଇଣ୍ଡିଜର ଭାରତ ଗସ୍ତକୁ ନେଇ ବିସିସିଆଇ ଚିନ୍ତାରେ ପଡ଼ିଯାଇଛି । ଏ ପର୍ଯ୍ୟନ୍ତ ଧାର୍ଯ୍ୟ ସୂଚୀ ଅନୁସାରେ ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ୩ ଦିନିକିଆ ଏବଂ ୩ ଟ୍ୱେଣ୍ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି । ସବୁ ମ୍ୟାଚ ଭିନ୍ନ ସହରରେ ଖେଳାଯିବା କଥା । କିନ୍ତୁ ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି ବିସିସିଆଇ ଏହି ମ୍ୟାଚ ଗୁଡ଼ିକୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଖେଳାଇବା ଯୋଜନା କରିଛି । 

    ଫେବ୍ରୁଆରୀରେ ଯଦି କୋଭିଡର ତୃତୀୟ ଲହର ଶୀର୍ଷରେ ଥିବ ତେବେ ଉଭୟ ଶୃଙ୍ଖଳାକୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସୀମିତ ରଖିବାକୁ ଯୋଜନା ହୋଇପାରେ ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି । ଏଭଳି କ୍ଷେତ୍ରରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି । ୱେଷ୍ଟଇଣ୍ଡିଜ ଏହାର ଦିନିକିଆ ଶୃଙ୍ଖଳା ଫେବୃଆରୀ ୬ରେ ଅହମ୍ମଦାବାଦ, ୯ରେ ଜୟପୁର, ୧୨ରେ କୋଲକାତାରେ ଖେଳିବାର କାର୍ଯ୍ୟକ୍ରମ ରହିଛି । ଫେବ୍ରୁଆରୀ ୧୫ ରେ କଟକରେ ପ୍ରଥମ ଟ୍ୱେଣ୍ଟି ଖେଳାଯିବା ପରେ ୧୮ ରେ ବିଶାଖାପାଟଣମ ଏବଂ ୨୦ରେ ତିରୁବନ୍ତପୁରମରେ ଶେଷ ଦୁଇ ଟ୍ୱେଣ୍ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି । କୋଭିଡ ପୁଣି କି୍ରକେଟ ଓ କି୍ରକେଟରଙ୍କ ପାଇଁ କାଳ ହେବାକୁ ଯାଉଛି । ଏପରିକି ଏପି୍ରଲ ମାସରେ ଖେଳାଯିବାକୁ ଥିବା ଆଇପିଏଲକୁ ମଧ୍ୟ ବିସିସିଆଇ ମୁମ୍ବାଇରେ ସୀମିତ ରଖିବା ନେଇ ବିଚାର ବିମର୍ଶ ଆରମ୍ଭ କରିଛି ।

     

    Maximum 500 characters

    ଖେଳ ଖବର View all

    Find Us on Facebook