Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାରବାଟୀରେ କ୍ରିକେଟ୍ ମ୍ୟାଚ୍, ଆସନ୍ତାକାଲିଠୁ ଟିକେଟ ବିକ୍ରି

    Share on :
    ajab-Image
    Date: Sep 21, 2022    Views: 3625

    କଟକ: ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ବାରବାଟୀରେ ଖେଳାଯିବ ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ମ୍ୟାଚ୍ । ଏଥିରେ ବିଭିନ୍ନ ଦେଶର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟରମାନେ ଭାଗ ନେବେ । ବାରବାଟୀରେ ହେବାକୁ ଥିବା ତିନୋଟି ମ୍ୟାଚ ପାଇଁ ଆସନ୍ତାକାଲିଠୁ ଅଫଲାଇନ ଓ ଅନଲାଇନ ଟିକେଟ ବିକ୍ରି ହେବ ।

    ୨୪ ତାରିଖରେ ଓସିଏ ଅନୁବନ୍ଧିତ ସଂଗଠନ, ସ୍କୁଲ ଓ କଲେଜ ପାଇଁ ଟିକେଟ ବିକ୍ରି ହେବ । କ୍ରିସ୍ ଗେଲ, ସେନ ଓ୍ବାଟସନ, ବିରେନ୍ଦ୍ର ସେହେଓ୍ବାଗ, ହରଭଜନ ସିଂ, ଗୌତମ ଗମ୍ଭୀର, ଇର୍ଫାନ ପଠାନ, ୟୁସୁଫ ପଠାନଙ୍କ ଭଳି ପୂର୍ବତନ ଖେଳାଳି ବାରବାଟୀରେ ମ୍ୟାଚ ପାଇଁ ଆସିବେ ।

    ଆସନ୍ତା ୨୪ ଓ ୨୫ ତାରିଖରେ ଭୁବନେଶ୍ବରରେ ପହଞ୍ଚିବେ ସମସ୍ତ ଖେଳାଳି । ତିନୋଟି ମ୍ୟାଚ ପାଇଁ ବାରବାଟୀ ପିଚ୍, ଗ୍ରାଉଣ୍ଡ ପ୍ରସ୍ତୁତି ସରିଲାଣି ।

    Maximum 500 characters

    ଖେଳ ଖବର View all

    Find Us on Facebook