Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାରବାଟୀ ମ୍ୟାଚ୍ : ଟିକେଟ୍ ନେବା ପାଇଁ କ୍ରୀଡାପ୍ରେମୀଙ୍କ ଲମ୍ବା ଲାଇନ୍

    Share on :
    ajab-Image
    Date: Jun 9, 2022    Views: 3587

    ଭୁବନେଶ୍ୱର:  ବାରବାଟୀ ଟି-୨୦ ପାଇଁ ଆଜିଠୁ କାଉଣ୍ଟରରେ ଟିକେଟ୍ ବିକ୍ରି ହୋଇଛି । ସକାଳ ୯ଟାରୁ ଟିକେଟ୍ ଶେଷ ହେବା ପର୍ୟ୍ୟନ୍ତ ଟିକେଟ କାଉଣ୍ଟର ଖୋଲା ରହିବ । ଟିକେଟ୍ ନେବା ପାଇଁ କ୍ରୀଡାପ୍ରେମୀଙ୍କ ଲମ୍ବା ଲାଇନ୍ ଲାଗିଛି । ଗତକାଲି ରାତିରୁ ଟିକେଟ୍ ପାଇଁ ଲମ୍ବା ଲାଇନ୍ ଲଗାଇଛନ୍ତି କ୍ରୀଡାପ୍ରେମୀ । ରାତି ଅନିଦ୍ରା ହୋଇ ଟିକେଟ୍ ନେବା ପାଇଁ ଲମ୍ବା ଲାଇନ୍ ଦେଇଛନ୍ତି । ରାତି ୧୦ଟାରୁ କ୍ରିକେଟ୍ ପ୍ରେମୀ ଲମ୍ବା ଲାଇନ୍ ଲଗାଇଛନ୍ତି ।

    କାଉଣ୍ଟର ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଟିକେଟ ପାଇଁ ରାତିରୁ କାଉଣ୍ଟର ଆଗରେ ଲମ୍ବା ଧାଡିରେ ଛିଡା ହୋଇଛନ୍ତି କ୍ରିକେଟପ୍ରେମୀ । ୧୨ ହଜାର ଟିକେଟ ପାଇଁ ୯ ଟି କାଉଣ୍ଟର ଥିବା ବେଳେ ହଜାର ହଜାର ଦର୍ଶକ ଲାଇନରେ ଠିଆ ହୋଇଛନ୍ତି । ବିଳମ୍ବିତ ରାତ୍ରରୁ ଟିକେଟ ନେବା ପାଇଁ ଲାଇନ ଲଗାଇଛନ୍ତି ଦର୍ଶକ ।

    ଦର୍ଶକଙ୍କ ପାଇଁ କାଉଣ୍ଟରରେ ମୋଟ୍ ୧୨ ହଜାର ୯୩ଟି ଟିକେଟ୍ ଉପଲବ୍ଧ ହେବ । ସେଥିରୁ ୧୩୬୨ଟି ଦାମୀ ଟିକେଟ୍ ରହିଥିବା ବେଳେ ୧୦ ହଜାର ୭୩୧ଟି ଗ୍ୟାଲେରୀ ଟିକେଟ୍ ବିକ୍ରି ହେବ । ୯ଟି କାଉଂଟରରେ ଟିକେଟ୍ ମିଳିବ । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୨ଟି କାଉଣ୍ଟର ରହିଛି । ପୋଲିସ ପକ୍ଷରୁ କାଉଣ୍ଟର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । କାଉଣ୍ଟର ଭିତର ଓ ବାହାର ସୁରକ୍ଷା ପାଇଁ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଟିକେଟ୍ ବିକ୍ରି ସମୟରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ ।

    Maximum 500 characters

    ଖେଳ ଖବର View all

    Find Us on Facebook