Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଜୁନ ୧୨ରେ ବାରବାଟୀରେ ହେବ କ୍ରିକେଟ ମ୍ୟାଚ, ଦର୍ଶକ ଯିବେ ତ ?

    Share on :
    ajab-Image
    Date: Apr 23, 2022    Views: 5350

    କଟକ : ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟିଛି  । ବାରବାଟୀ ଷ୍ଟାଡ଼ିୟମରେ ଟ୍ୱେଂଟି ଟ୍ୱେଂଟି ମ୍ୟାଚ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି  । ଜୁନ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ସ୍ପଷ୍ଟ ହୋଇଛି  । 

    ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନରେ ଦ୍ୱିପାକ୍ଷିକ ସିରିଜ ଅନୁଷ୍ଠିତ ହେବ  । ଜୁନ ୯ରେ ଦିଲ୍ଲୀ, ୧୨ରେ କଟକ, ୧୪ରେ ବିଶାଖାପାଟଣା, ୧୭ରେ ରାଜକୋଟ, ୧୯ରେ ବାଙ୍ଗାଲୋରରେ ମ୍ୟାଚ ଅନୁଷ୍ଠିତ ହେବ  । ଏନେଇ କାର୍ଯ୍ୟସୂଚୀ ନିର୍ଦ୍ଧାରିତ ହୋଇଛି  । ଫଳରେ ଓଡ଼ିଶାର କ୍ରିକେଟ ପ୍ରେମୀମାନେ ଅନ୍ତର୍ଜାତୀୟ ମ୍ୟାଚ ଦେଖିବାର ସୁଯୋଗ ପାଇପାରିବେ  । 

    ପୂର୍ବରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡ଼ିୟମରେ ମ୍ୟାଚ ହେବାର ଥିଲା  । କିନ୍ତୁ ଗତବର୍ଷ କରୋନା ଯୋଗୁଁ ବାରବାଟୀରେ ଖେଳ ହୋଇପାରିନଥିଲା  । ସୂଚନାଯୋଗ୍ୟଯେ, ବାରବାଟୀରେ ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସହ ଭାରତ ବାରବାଟୀରେ ଟ୍ୱେଂଟି ଟ୍ୱେଂଟି ଖେଳିସାରିଛି  । ତେବେ ଷ୍ଟାଡ଼ିୟମକୁ ଦର୍ଶକ ଯିବେ ନା ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ  । ଏନେଇ ରାଜ୍ୟ ସରକାରଙ୍କ ଅନୁମତି ଦରକାର  । ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିଲେବି  କେତେକ ରାଜ୍ୟରେ ଏହା ବୃଦ୍ଧି ପାଉଛି  । ସେହିପରି ଚତୁର୍ଥ ଲହର ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି  । ତେବେ ମେ’ ଶେଷ ବେଳକୁ ସ୍ଥିତି ଦେଖି ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଛି  ।

    Maximum 500 characters

    ଖେଳ ଖବର View all

    Find Us on Facebook