Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବାରବାଟୀଟକ୍କର : ଆଜି ନେଟ ପ୍ରାକ୍ଟିସ କରିବେ ଦୁଇ ଦଳର ଖେଳାଳି

    Share on :
    ajab-Image
    Date: Dec 8, 2025    Views: 2799

    କଟକ : ରାତିପାହିଲେ ବାରବାଟୀ ଟି-୨୦ ଟକ୍କର । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା। ଏଥିପାଇଁ ପ୍ରସ୍ତୁତି ପ୍ରାୟ ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ସୋମବାର ଦିନ ବାରବାଟୀ ଷ୍ଟାଡିୟମ୍‌କୁ ଓହ୍ଲାଇଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ଖେଳାଳି । ଲମ୍ବା ସମୟ ଧରି ଅଭ୍ୟାସ କରିବେ । ସାମ୍ବାଦିକ ସମ୍ମିଳନୀରେ ମ୍ୟାଚ ଓ ଭେନ୍ୟୁକୁ ନେଇ ନିଜ ମତ ବି ରଖିବେ ।

    ଅଭ୍ୟାସକୁ ସୁରୁଖୁରୁରେ ଶେଷ କରିବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍, ପୁଲିସ ଓ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତାକାଲି ସୋମବାର ଦିନ ୧ଟା ପୂର୍ବରୁ ଟିମ୍ ଇଣ୍ଡିଆ ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ । ଦିନ ୧ଟାରେ ସାମ୍ବାଦିକ ସମ୍ମିଳନୀ ପରେ ପ୍ରାୟ ଅପରାହ୍ଣ ୧ଟା ୩୦ରୁ ୪.୩୦ ପର୍ୟ୍ୟନ୍ତ ଖେଳାଳି ମାନେ ଏଠାରେ ଅଭ୍ୟାସ କରିବେ । ଦକ୍ଷିଣ ଆଫ୍ରିକା ଦଳର ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ ପରେ ୫ଟା.୩୦ ମିନିଟ୍‌ରେ ଅଭ୍ୟାସ କରିବ । ଦଳ ୮ଟା.୩୦ ପର୍ୟ୍ୟନ୍ତ ଅଭ୍ୟାସ କରି ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ତରଫରୁ ସୂଚନା ମିଳିଛି । ସାଧାରଣ ଲୋକ ଅଭ୍ୟାସ ଦେଖିବାକୁ ପ୍ରତିଥର ପରି ୬ ଓ ୭ ନମ୍ବର ଗ୍ୟାଲେରୀ ଖୋଲାଯିବ। ଆବଶ୍ୟକ ସ୍ଥଳେ ୧ ଓ ୨ ନମ୍ବର ଗ୍ୟାଲେରୀ ମଧ୍ୟ ଖୋଲାଯିବ ବୋଲି ଓସିଏ ସୂଚନା ଦେଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook