ମୁଖ୍ୟ ଖବର
ଭୁବନେଶ୍ବର: ବାରବାଟୀ ମ୍ୟାଚ୍ ପାଇଁ ଭୁବନେଶ୍ବରରେ ଉଭୟ ଦେଶର ଖେଳାଳି । ଟିମ୍ ଇଣ୍ଡିଆ ସହିତ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ପହଞ୍ଚିଛନ୍ତି । ଖେଳାଳିଙ୍କ ସହିତ ଟିମର ସପୋର୍ଟ ଷ୍ଟାଫ୍ ମଧ୍ୟ ପହଞ୍ଚିଛନ୍ତି । ବିମାନ ବନ୍ଦରରୁ ସେମାନଙ୍କୁ ସିଧା ହୋଟେଲକୁ ନିଆଯାଇଛି । କୋଚ୍ ଗୌତମ ଗମ୍ଭୀର ଓ କ୍ୟାପଟେନ ସୂର୍ୟ୍ୟକୁମାରଙ୍କ ସହିତ ଅନ୍ୟ ଖେଳାଳିମାନେ ମଧ୍ୟ ହୋଟେଲ୍ ଯାଇଛନ୍ତି ।ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ । ଏନେଇ ରବିବାର ଉଭୟ ଦଳ ଖେଳାଳି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଟିମ୍ ଇଣ୍ଡିଆ ସହିତ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ସେଠାରୁ ମାନଙ୍କୁ ସ୍ବତନ୍ତ୍ର ବସ୍ ଯୋଗେ କଡ଼ା ସୁରକ୍ଷା ବଳୟରେ ହୋଟେଲକୁ ନିଆଯାଇଛି । ହୋଟେଲରେ ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଲୋକନୃତ୍ୟରେ ଉଭୟ ଦେଶର ଖେଳାଳିଙ୍କୁ ସ୍ବାଗତ କରାଯାଇଛି । ଗତକାଲି ହାର୍ଦ୍ଦିକ୍ ପାଣ୍ଡ୍ୟା ଭୁବନେଶ୍ବରରେ ପହଞ୍ଚିଥିଲେ । ସେହିପରି ଶୁକ୍ରବାର ଦକ୍ଷିଣ ଆଫ୍ରିକା ଦଳର ୫ ଜଣ ଖେଳାଳି ଭୁବନେଶ୍ୱର ପହଞ୍ଚିଥିଲେ । ସେମାନେ ହେଲେ ତ୍ରିସ୍ତନ ଷ୍ଟବ୍ସ, ଡୋନୋଭାନ ଫେରେଇରା, ରେଜା ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ ଓ ଡେଭିଡ୍ ମିଲର ।
ଆସନ୍ତାକାଲି ଉଭୟ ଟିମର ଖେଳାଳିମାନେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ୯ତାରିଖ ଆର୍ଥାତ୍ ମଙ୍ଗଳବାର ଦିନ ସଂଧ୍ୟା ୬ଟାରୁ ଦୁଲୁକିବ କଟକ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯିବ । ଟେଷ୍ଟ ପରାଜୟର ବଦଲା ଦିନିକିଆରେ ଟିମ୍ ଇଣ୍ଡିଆ ନେଇ ସାରିଥିବା ବେଳେ ଟି-ଟ୍ବେଣ୍ଟି ସିରିଜ୍ ଜିତି ଭାରତ ଦଳ ଦକ୍ଷିଣ ଆଫ୍ରିକାକୁ ଚେକ୍ ଦେବା ପ୍ରୟାସରେ ରହିବ । ଅନ୍ୟପଟେ ଆସନ୍ତା ବର୍ଷ ଟି-ଟ୍ବେଣ୍ଟି ବିଶ୍ବକପ ରହିଥିବାରୁ ଏହି ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
Comments ସମସ୍ତ ମତାମତ